କନକ ବ୍ୟୁରୋ: ଦୀର୍ଘ ସମୟ ଧରି କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସୁଥିଲେ ସାବଧାନ । ଆପଣଙ୍କ ଆଖି ପାଇଁ ଆଣିପାରେ ବଡ ବିପଦ । ଆଇଟି କ୍ଷେତ୍ର, ଛାତ୍ରଛାତ୍ରୀ ଓ କର୍ମଜୀବୀମାନେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହିଥାନ୍ତି । ତେଣୁ ଅଜାଣତରେ ସେମାନେ କିଭଳି ଏକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ଯାଉଛନ୍ତି ତାହା ଜାଣି ପାରୁନାହାନ୍ତି । ଚିକିତ୍ସା ବିଜ୍ଞାନୀଙ୍କ ମତରେ କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସିବା ଫଳରେ ଦୀର୍ଘ ସମୟ ଧରି ଆଖିର ପତା ପଡିନଥାଏ । ଏହାଦ୍ୱାରା ଆଖିର ଲୁବ୍ରିକେସନ୍ କମିଯାଏ ଅର୍ଥାତ୍ ଆଖି ଶୁଖିଲା ହୋଇଯାଏ । ଏହାଦ୍ୱାରା ଆଖିରେ ଯନ୍ତ୍ରଣା ହେବା, ଦୃଷ୍ଟିଶକ୍ତି କମିଯିବା ଭଳି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ ବୋଲି ଚିକିତ୍ସା ବିଜ୍ଞାନୀଙ୍କ ମତ ।

Advertisment

ଲୁହ ନଝରିଲେ ଆଖିକୁ ବିପଦ!
- ଏକକାଳୀନ ଦୀର୍ଘ ସମୟ କମ୍ପ୍ୟୁଟର ଆଗରେ ବସିରହିଲେ ବିପଦ
- ଦୀର୍ଘ ସମୟ କମ୍ପ୍ୟୁଟରକୁ ଚାହିଁରହିଲେ ଆଖିର ପତା ପଡିନଥାଏ
- ଆଖିର ପତା ନପଡିଲେ ଆଖି ଶୁଖିଲା ହୋଇଯାଏ
- ଲୁହ ନଝରିବା ଫଳରେ ଆଖିରେ ଯନ୍ତ୍ରଣା ଅନୁଭବ ହୁଏ
- ଆଖିରେ ବାରମ୍ବାର ପଲକ ପଡିଲେ ଏଥିରେ ଜଳୀୟ ଅଂଶ ସୃଷ୍ଟି ହୁଏ
- ଦୀର୍ଘ ସମୟ କମ୍ପ୍ୟୁଟର, ଲାପଟପ ସ୍କ୍ରିନକୁ ଚାହିଁ ରହିଲେ ଆଖି ପତା ପଡେନାହିଁ
- ତେଣୁ ଦୀର୍ଘ ସମୟଧରି ସ୍କ୍ରିନକୁ ଚାହିଁ ରହିବା ବିପଦ ବଢାଇପାରେ
- ସାଧାରଣତଃ ଆମ ଆଖି ପତା ଗୋଟିଏ ମିନିଟରେ ୧୨ ଥର ପଡିଥାଏ
- ହେଲେ ସ୍କ୍ରିନକୁ ଚାହିଁ ରହୁଥିବା ଲୋକଙ୍କ ଆଖି ପତା ୭ରୁ ୮ ଥର ପଡେ
- ଆଖିରେ ଥିବା ଲାକ୍ରିମାଲ ଗ୍ଲାଣ୍ଡରୁ ଲୁହ ଝରିଥାଏ
- ବ୍ୟକ୍ତିଙ୍କ ଆଖି ପତା ପଡିଲେ ଉପର ଆଖି ପତାରୁ ଲୁହ ଝରିଥାଏ
- ଲୁହ ନଝରିଲେ ଡ୍ରାଏ ଆଇ ସିଣ୍ଡ୍ରୋମ ଦେଖାଦିଏ
- ଡାଏବେଟିସ ରୋଗୀଙ୍କ ନିକଟରେ ଏହି ସ୍ୱାସ୍ଥ୍ୟ ସମସ୍ୟା ଅଧିକ ରୁହେ
- ଆଖିରେ ଯନ୍ତ୍ରଣା ହେଲେ ଡାକ୍ତର ଆଇ ଡ୍ରପ ପକାଇବାକୁ କହିଥାନ୍ତି
- କିନ୍ତୁ ଦୀର୍ଘ ସମୟ କମ୍ପ୍ୟୁଟର ସାମ୍ନାରେ ନବସିବା ଉଚିତ୍
- ମଝିରେ ମଝିରେ କାମରୁ ବିରତି ନେଇ କମ୍ପ୍ୟୁଟର ସାମ୍ନାରୁ ଉଠିଗଲେ ଭଲ