କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ୫ମ ତଥା ଶେଷ ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଆହତ ଥିବା କେଏଲ ରାହୁଲ ଶେଷ ଟେଷ୍ଟ ମ୍ୟାଚରୁ ମଧ୍ୟ ଦଳରୁ ବାଦ୍ ପଡିଛନ୍ତି । ସେହିଭଳି ରାଞ୍ଚି ଟେଷ୍ଟରୁ ବିଶ୍ରାମ ନେଇଥିବା ଯଶପ୍ରୀତ ବୁମରା ପୁଣିଥରେ ଟିମକୁ କମବ୍ୟାକ୍ କରିଛନ୍ତି । ସେହିଭଳି ୱାସିଂଟନ ସୁନ୍ଦରଙ୍କୁ ମଧ୍ୟ ଦଳରୁ ରିଲିଜ କରାଯାଇଛି । ୱାସିଂଟନ ସୁନ୍ଦର ତାମିଲନାଡୁ ପାଇଁ ରଣଜୀ ଟ୍ରଫିର ସେମିଫାଇନାଲ ମୁକାବିଲା ଖେଳିବେ । ଯଦି ଆବଶ୍ୟକ ପଡେ ତେବେ ୱାସିଂଟନ ସୁନ୍ଦରଙ୍କୁ ପୁଣିଥରେ ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଦଳରେ ସାମିଲ କରାଯିବ । ତେବେ ଶେଷ ଟେଷ୍ଟ ମ୍ୟାଚ୍ ପାଇଁ କୌଣସି ନୂଆ ଖେଳାଳୀଙ୍କୁ ଦଳରେ ସାମିଲ କରାଯାଇନାହିଁ ।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, କେଏଲ ରାହୁଲ ଧର୍ମଶାଳା ଟେଷ୍ଟ ଖେଳିବେ କି ନାହିଁ ତାହା ତାଙ୍କର ଫିଟନେସ ଉପରେ ନିର୍ଭର କରୁଥିଲା । କିନ୍ତୁ ଆହତ ସମସ୍ୟାରୁ ମୁକୁଳି ନଥିବାରୁ ଧର୍ମଶାଳା ଟେଷ୍ଟରୁ ବାଦ୍ ଦିଆଯାଇଛି । ବିିସିସିଆଇର ମେଡିକାଲ ଟିମ୍ ରାହୁଲଙ୍କ ଉପରେ ନଜର ରଖିଛି ଏବଂ ଉତ୍ତମ ଚିକିତ୍ସା ପାଇଁ ଲଣ୍ଡନର ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନା କରୁଛି ।
🚨 NEWS 🚨#TeamIndia's squad for the 5th @IDFCFIRSTBank Test against England in Dharamsala announced.
Details 🔽 #INDvENG https://t.co/SO0RXjS2dK
— BCCI (@BCCI) February 29, 2024
ସେହିଭଳି ଆହତ ହୋଇ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍ ପଡିଥିବା ମହମ୍ମଦ ସାମିଙ୍କର ଏହା ଭିତରେ ଲଣ୍ଡନରେ ସର୍ଜରୀ ହୋଇଛି । ସାମି ପୁଣିଥରେ ମୈଦାନକୁ ଫେରିବାକୁ ୩ରୁ ୪ ମାସ ସମୟ ଲାଗିପାରେ ।