କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ପଂହଚିଛି ଭାରତ । ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୬ ରନରେ ଅଲଆଉଟ ହୋଇଯାଇଛି । ଭାରତ ପାଇଁ ଆଜିଙ୍କ୍ୟ ରାହାଣେ ୧୧୨ ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜା ୫୭ ରନର ପାରି ଖେଳିଛନ୍ତି । ଉଭୟ ମିଶି ୧୨୧ରନ ପାରି ଖେଳିଛନ୍ତି । ଏହାସହ ଭାରତ ମୋଟ ୧୩୧ ରନର ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟ୍ରାକ ଓ ନାଥନ ଲିଓନ ୩ଟି ଲେଖାଁଏ ୱିକେଟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଥିଲା । ଏବେ କଙ୍ଗାରୁ ଦଳର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିଛି ।

Advertisment

ରବିବାର ସକାଳେ ଭାରତ ୩୬/୧ରୁ ଖେଳିଥିଲା। ପଦାର୍ପଣକାରୀ ଯୁବ ତାରକା ଶୁବମନ ଗିଲ୍‌ (୪୫, ୬୫ ବଲ୍‌, ୮ ‌ଚୌକା) ନିଜ ସ୍ବାଭାବିକ ବ୍ୟାଟିଂ କରିଥିଲେ ମଧ୍ୟ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ପ୍ୟାଟ୍ କମିନ୍ସଙ୍କ ବୋଲିଂରେ ଟିମ୍ ପେନ୍‌ ୱିକେଟ ପଛରେ କ୍ୟାଚ୍‌ ନେଇଥିଲେ। ନିଜର ପରବର୍ତୀ ଓଭରରେ କମିନ୍ସ ମଧ୍ୟ ସମାନ ଢଙ୍ଗରେ ଭାରତର ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୧୭)ଙ୍କୁ ଆଉଟ୍ କରିଥିଲେ। ୬୪ ରନ୍‌ରେ ଭାରତ ୩ ୱିକେଟ୍ ହରାଇ ଦେଇଥିଲା। ଏହି ସମୟରେ ଅଜିଙ୍କ୍ୟ ରାହାଣେଙ୍କ ‌ଧୈର୍ଯ୍ୟ ଓ ଶାନ୍ତ ସ୍ବଭାବର ବ୍ୟାଟିଂ ଭାରତ ଭାଗ୍ୟରେ ବଡ଼ ପରିବର୍ତନ ଆଣିଥିଲା। ହନୁମା ବିହାରୀ (୨୧, ୬୬ ବଲ) ଏବଂ ଆକ୍ରମଣାତ୍ମକ ଋଷବ ପନ୍ତ୍ (୨୯, ୪୦ ବଲ୍‌)ଙ୍କ ସହ ରାହାଣେ ଦୁଇଟି (୫୨ ଓ ୫୭) ଅର୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ। ପ୍ରଥମ ଦୁଇ ଅଧିବେଶନରେ ଭାରତ ଦୁଇଟି‌ ଲେଖାଏଁ ୱିକେଟ୍ ହରାଇଥିଲା।