କନକ ବ୍ୟୁରୋ : ଭାରତ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଖେଳାଯାଉଛି ଚତୁର୍ଥ ଟେଷ୍ଟ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି । ଇଂଲଣ୍ଡ ଟିମକୁ ପ୍ରଥମରୁ ଝଟକା ଲାଗିଛି । ଅକ୍ଷର ପଟେଲ ପ୍ରଥମ ଦୁଇ ୱିକେଟ ହାସଲ କରି ଇଂଲଣ୍ଡ ଦଳକୁ ଶକ୍ତ ଝଟକା ଦେଇଛନ୍ତି । ଡମ୍ ସିବଲେ ୨ ଏବଂ ଜ୍ୟାକ୍ କ୍ରଲି ୯ ରନ୍ ତାଙ୍କର ଶିକାର ବନିଛନ୍ତି । ଏହା ପରେ ମହମ୍ମଦ ସିରାଜ ଦେଇଛନ୍ତି ଆଉ ଏକ ଶକ୍ତ ଝଟକା । ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଦୁଇ ଅଙ୍କ ଛୁଇଁବା ଆଗରୁ ସିରାଜଙ୍କ ଶିକାର ହୋଇଛନ୍ତି । ଫଳରେ ପ୍ରଥମ ଘଂଟାର ଖେଳରେ ଇଂଲଣ୍ଡ ୩ଟି ୱିକେଟ୍ ହରାଇ ସଂକଟରେ ପଡିଛି ।
ଆଜି ମୋଟେରା ଷ୍ଟାଡିୟମ୍ରେ ଟସ୍ ଜିଣିବା ପରେ ଇଂଲଣ୍ଡ୍ର ଅଧିନାୟକ ଜୋ ରୁଟ୍ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡ୍ ତରଫରୁ ବ୍ୟାଟ୍ସ୍ମ୍ୟାନ୍ ଜାକ୍ କ୍ରଲି ଏବଂ ଡୋମ୍ ସିବ୍ଲି ଓପେନିଙ୍ଗ୍ କରିବାକୁ ଯାଇଥିବା ବେଳେ ଭାରତ ପକ୍ଷରୁ ସେମାନଙ୍କୁ ବୋଲିଙ୍ଗ୍ କରିଥିଲେ ଈଶାନ୍ତ ଶର୍ମା ଏବଂ ମହମ୍ମଦ ସିରାଜ। ଈଶାନ୍ତଙ୍କ ପ୍ରଥମ ଓଭର୍ଟି ମେଡେନ୍ ଓଭର୍ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/20-2.jpg)