କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ୨୬୨ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ । ଏହାସହ ୧ ରନର ଅଗ୍ରଣୀ ନେଇ ପୁଣିଥରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବ ଅଷ୍ଟ୍ରେଲିଆ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ ରନ୍ କରିଥିବା ବେଳେ ଭାରତ ୨୬୨ ରନ୍ କରିବାକୁ ସକ୍ଷମ ହୋଇଛି । ନାଥନ ଲିୟନଙ୍କ ୫ ୱିକେଟ ବଳରେ ଭାରତକୁ ବଡ ସ୍କୋର କରିବା ପୂର୍ବରୁ ଅଟକାଇବାରେ ସଫଳ ହୋଇଥିଲା କଙ୍ଗାରୁ ଟିମ୍ ।

Advertisment

ଅଷ୍ଟ୍ରେଲିଆ ଭଳି ଭାରତ ପ୍ରଥମ ଇନିଂସର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୧୩୯ ରନରେ ୭ ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ଅକ୍ଷର ପଟେଲ ୭୪ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ଟିମ୍ ଇଣ୍ଡିଆର ପାଳି ସମ୍ଭାଳିଥିଲେ । ସେହିଭଳି ଶେଷ ଆଡକୁ ଅଶ୍ୱିନୀଙ୍କ ୩୭ ରନର ଇନିଂସ ଭାରତ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଭାରତ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ।