ଶୁଶ୍ରୁଷା : ପଶୁପକ୍ଷୀଙ୍କୁ ଦେଉଛି ନୂଆ ଜୀବନ

89

କନକ ବ୍ୟୁରୋ  : ଶୁଶ୍ରୁଷା । ଏହି ନାଁକୁ ଅନୁଧ୍ୟାନ କଲେ ଜାଣିପାରିବେ ଯେ, ଏହା ସେବା ଓ ତ୍ୟାଗର ପ୍ରତୀକ । ଆଉ ଏହି ନାଁ ଆଧାରରେ କଟକ ବିଡ଼ାନାସୀରେ ଗଢି ଉଠିଛି ଶୁଶ୍ରୁଷା : ଫର୍ ଫରି ଫ୍ରେଣ୍ଡସ୍ । ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଣ ଲାଭଜନକ ସଂସ୍ଥା ହେଉଛି ଶୁଶ୍ରୁଷା । ଆଉ ଏହାକୁ ଗଢି ତୋଳିଛନ୍ତି ସୁଶ୍ରୀ ସାଇନି ମିଶ୍ର । ବାଙ୍ଗାଲୋରରୁ ଏମବିଏରେ ସ୍ନାତକ କରିଥିବା ସୁଶ୍ରୀ ପିଲାଟିବେଳୁ ପଶୁ-ପକ୍ଷୀଙ୍କୁ ଭଲ ପାଉଥିଲେ ଓ ସେମାନଙ୍କର ସେବା କରିବାକୁ କେବେ ପଛାଉନଥିଲେ । ପଶୁ-ପକ୍ଷୀଙ୍କ ସେବା ପାଇଁ ପିଲାଟିବେଳୁ ଦୃଢ ସଂକଳ୍ପ ଥିଲେ ସୁଶ୍ରୀ ।

ରାସ୍ତାଘାଟରେ ଅସହାୟ ଅବସ୍ଥାରେ ପଡିଥିବା ପଶୁ-ପକ୍ଷୀଙ୍କୁ ଖାଦ୍ୟ ଦେବା, ଦୁର୍ଘଟଣାରେ ଆହତ ହୋଇଥିବା  ପଶୁଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ତାଙ୍କର ଯତ୍ନ ନେବା ଏବଂ ସେମାନଙ୍କର ଅଧିକାର ପାଇଁ ଉଚିତ ପଦକ୍ଷେପ ନେବା ହେଉଛି ଶୁଶ୍ରୁଷାର ମୂଳଲକ୍ଷ୍ୟ । ଏବେ ସୁଦ୍ଧା ୩୦ରୁ ଅଧିକ କୁକୁର, ୧୦ରୁ ଅଧିକ ଗାଈଗୋରୁ ଓ ପାଖାପାଖି ୨୦ଟି ବିଲେଇଙ୍କୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ କରିବାରେ ସକ୍ଷମ ହୋଇଛନ୍ତି ସୁଶ୍ରୀ ଓ ତାଙ୍କ ଶୁଶ୍ରୁଷା ଟିମ୍ । ବିଭିନ୍ନ ଲୋକଙ୍କ ସାହାଯ୍ୟ ସହଯୋଗରେ ଏହି ସଂସ୍ଥା ଆଗକୁ ବଢୁଛି ।