ମୋହନ ସରକାରଙ୍କ ନୂଆ ଟି୍ମ । କାହାକୁ ମିଳିବ କେଉଁ ବିଭାଗ ? କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇପାରେ ରୂପରେଖ ।

2,886

କନକ ବ୍ୟୁରୋ: ଗତକାଲି ଶପଥ ନେଇଛି ବିଜେପି ସରକାର । ନୂଆ ସରକାର ଶପଥ ନେବା ପରେ ମୋହନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବ କେଉଁ ମନ୍ତ୍ରୀ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । କାହାକୁ ମିଳିବ କେଉଁ ବିଭାଗ ମିଳିବ ତାକୁ ନେଇ ଅବଗଣନା କରାଯାଉଥିବା ବେଳେ ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇପାରେ ମନ୍ତ୍ରିମଣ୍ଡଳର ରୂପରେଖ । ଆଜି ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟା ହୋଇପାରେ ।

ତେବେ ଗତକାଲି ୮ କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । ଏମାନଙ୍କୁ କେଉଁ ବିଭାଗ ମିଳିବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ପ୍ରଥମ ଥରର ବିଧାୟକ ହୋଇଥିବା ୮ ଜଣ ମନ୍ତ୍ରୀ ହୋଇଛନ୍ତି । ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ୪ ଜଣ ଓ ଉପକୂଳରୁ ୬ ଜଣ ମନ୍ତ୍ରୀ ହୋଇଛନ୍ତି । ସେହିପରି ଦକ୍ଷିଣ ଓଡ଼ିଶାରୁ ୩ ଓ ଉତ୍ତର ଓଡ଼ିଶାରୁ ୩ ଜଣ ମନ୍ତ୍ରୀ ହୋଇଛନ୍ତି । ମୋଟ୍ ୧୬ ଜଣଙ୍କ ମଧ୍ୟରୁ ୪ ଜଣ ଆଦିବାସୀ, ୩ ଜଣ ଅନୁସୂଚିତ ଜାତି ଏବଂ ଜଣେ ମହିଳା ସାମିଲ ଅଛନ୍ତି ।