ଜୁନ ୨୦୨୨ ଯାଏଁ ଟିମ ଇଣ୍ଡିଆର ମ୍ୟାଚ ସୂଚୀ ଜାରି: ପଢନ୍ତୁ, କେବେ କାହା ସହ ଅଛି ମ୍ୟାଚ 

197

କନକ ବ୍ୟୁରୋ: ଭାରତୀୟ କ୍ରିକେଟର ଜୁନ ୨୦୨୨ ଯାଏଁ ଖେଳ ସୂଚୀ ଜାରି ହୋଇଛି । ବିସିସିଆଇ ସୋମବାରକୁ ଏହି ସୂଚୀ ଜାରି କରିଛି । ଭାରତୀୟ ଦଳ ନଭେମ୍ବର ୨୦୨୧ରୁ ଜୁନ ୨୦୨୨ ଯାଏଁ ଘରୋଇ ମୈଦାନରେ ୪ଟି ଟେଷ୍ଟ, ୧୪ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଏହି ୮ ମାସ ମଧ୍ୟରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଯିବ ।

ଏହାରି ମଧ୍ୟରେ ଡିସେମ୍ବର ୨୦୨୧ରୁ ଜାନୁଆରୀ ୨୦୨୨ ଯାଏଁ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହାପରେ ଏପ୍ରିଲରୁ ମେ ମଧ୍ୟରେ ଆଇପିଏଲ ମ୍ୟାଚ ଖେଳାଯିବ । ଏହାପରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଟେଷ୍ଟ, ୩ଟି ଟି-୨୦ ମ୍ୟାଚ ଖେଳିବ । ସେହିପରି ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳାଯିବ ।

ଶ୍ରୀଲଙ୍କା ଟିମ ଭାରତ ଗସ୍ତରେ ୨ଟି ଟେଷ୍ଟ, ୩ଟି ଟି-୨୦ ମୟାଚ ଖେଳିବ । ସେହିପରି ଦକ୍ଷିଣ ଆଫ୍ରିକା ଟିମର ଭାରତ ଗସ୍ତ ୧୦ ଦିନର ହେବ । ଯେଉଁଥିରେ ଉଭୟଙ୍କ ମଧ୍ୟରେ ୫ଟି ଟି-୨୦ ମ୍ୟାଚ ଖେଳାଯିବ । ଏହି ସବୁ ମ୍ୟାଚ ଜୟପୁର ରାଞ୍ଚି, ଲକ୍ଷ୍ନୌ, ବିଶାଖାପାଟନା, କୋଲକାତା, ଅହମ୍ମଦାବାଦ, କଟକ, ତ୍ରିବେନ୍ଦ୍ରମ, ଚେନ୍ନାଇ, ରାଜକୋଟ ଓ ଦିଲ୍ଲୀରେ ଖେଳାଯିବ ।