କନକ ବ୍ୟୁରୋ: ତୃତୀୟ ଦିନିକିଆକୁ ଜିତିବା ସହିତ ଇଂଲଣ୍ଡ ବିପକ୍ଷରେ ଦିିନିକିଆ ସିରିଜ୍ ବାଜିମାତ୍ କରିଛି ଟିମ୍ ଇଣ୍ଡିଆ । ଦଳ ଶେଷ ଦିନିକିଆରେ ଇଂଲଣ୍ଡକୁ ୭ ରନରେ ହରାଇଛି । ଏଥିସହ ଦଳ ଦିନିକିଆ ସିରିଜକୁ ୨-୧ରେ କବଜା କରିଛି । ଆଜି ଟସ ଜିତି ପ୍ରଥମ ଇଂଲଣ୍ଡ ଅଧିନାୟକ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ବିରାଟ ବାହିନୀ । ଦଳର ଦୁଇ ଓପନର ଦମଦାର ଆରମ୍ଭ କରିବା ସହିତ ଶତକୀୟ ପାର୍ଟନରସିପ କରିଥିଲେ । ଏହାପରେ ପନ୍ତ ଓ ପାଣ୍ଡ୍ୟା ମଧ୍ୟ ଦମଦାର ଇଂନିସ ଖେଳିଥିଲେ । ଯାହା ଫଳରେ ଭାରତ ୩୨୯ ରନ୍ କରିପାରିଥିଲା ।
ଏହାପରେ ୩୩୦ ରନର ଲକ୍ଷ୍ୟ ନେଇ ଇଂଲଣ୍ଡ ଦଳ ପଡିଆକୁ ଓହ୍ଲାଇଥିଲା । ଦଳର ବ୍ୟାଟ୍ସମ୍ୟାନମାନେ ଭଲ ଇଂନିସ ଖେଳିଥିଲେ । ଶେଷ ଆଡକୁ ସାମ୍ କରନ ମଧ୍ୟ ୯୫ ରନର ଧୂଆଁଧାର ଇଂନିସ ଖେଳିଥିଲେ । ହେଲେ ବିଜୟୀ ହେବାକୁ ଦଳ ୭ ରନ ପଛରେ ପଡିଯାଇଥିଲା । ଏଥିସହ ବିରାଟ ବାହିନୀ ଶେଷ ଦିନିକିଆରେ ବିଜୟୀ ହେବା ସହିତ ସିରିଜ କବଜା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/29-22.jpg)