କନକ ବ୍ୟୁରୋ: ଆଜିଠୁ ଟ୍ୱେଂଟି-ଟ୍ୱେଂଟି ଟକ୍କର । ଅଧୁରା ବିଶ୍ୱକପ୍ ଅଭିଯାନ ପରେ ଆସନ୍ତା ବର୍ଷର ଟ୍ୱେଂଟି-୨୦ ବିଶ୍ୱକପ୍ ନଜରରେ ରଖିଛି ଭାରତ । ଶନିବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ମ୍ୟାଚ ଶୃଙ୍ଖଳା ଖେଳି ଏହି ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯୋଜନା କରିଛି କୋହଲିଙ୍କ ଦଳ । ଭାରତୀୟ ଦଳରେ ଏକାଧିକ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଥିବାରୁ ଏହା ସେମାନଙ୍କ ପାଇଁ ଆହ୍ୱାନ ଓ ସୁଯୋଗ ଭଳି ଆସିଛି । ଆମେରିକାର ଫ୍ଲୋରିଡାସ୍ଥିତ ଲୌଡରହିଲରେ ପ୍ରଥମ ଟି-୨୦ ଖେଳିବା ପରେ ଭାରତୀୟ ଦଳ ପରବର୍ତ୍ତି ଟି-୨୦ ୱେଷ୍ଟଇଣ୍ଡିଜର ଗାୟନାରେ ଖେଳିବ ।

Advertisment

publive-image

ଏହା ପରେ ସେଠାରେ ଭାରତ ୩ଦିନିକିଆ ଏବଂ ୨ ଟେଷ୍ଟ ଖେଳିବ । ସୀମିତ ଓଭର ଶୃଙ୍ଖଳାରୁ ଯଶପ୍ରୀତ୍ ବୁମରା ଏବଂ ସମ୍ପୂର୍ଣ୍ଣ ଗସ୍ତରୁ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଉଥିବାରୁ ଏମାନଙ୍କ ବିନା ଭାରତ କିଭଳି ଖେଳିବ ତା ଉପରେ ନଜର ରହିଛି । ଅନ୍ୟପଟେ ଏହି ମ୍ୟାଚରେ ଦୁଇ ସମ୍ପର୍କୀୟ ଭାଇ ଦୀପକ ଚହର ଓ ରାହୁଲ ଚହର ଚର୍ଚ୍ଚାରେ ରହିଛନ୍ତି । ସେହିପରି ରୋହିତ୍ ଶର୍ମାଙ୍କ ପାଇଁ ଏହି ଶୃଙ୍ଖଳାରେ ଅନେକ ରେକର୍ଡ କରିବାର ସୁଯୋଗ ରହିଛି ।