ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ କଳାପଟି ପିନ୍ଧି ପଡିଆକୁ ଓହ୍ଲାଇଲେ ଟିମ୍ ଇଣ୍ଡିଆର ଖେଳାଳୀ । ମ୍ୟାଚ୍ ପୂର୍ବରୁ ନୀରବ ପ୍ରାର୍ଥନା ସହ ଉଭୟ ଟିମ୍ କଲେ ଶୋକବ୍ୟକ୍ତ ।

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ କଳାପଟି ପିନ୍ଧି ପଡିଆକୁ ଓହ୍ଲାଇଲେ ଟିମ୍ ଇଣ୍ଡିଆର ଖେଳାଳୀ । ମ୍ୟାଚ୍ ପୂର୍ବରୁ ନୀରବ ପ୍ରାର୍ଥନା ସହ ଉଭୟ ଟିମ୍ କଲେ ଶୋକବ୍ୟକ୍ତ ।

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଟିମ୍ ଇଣ୍ଡିଆର କ୍ରିକେଟର । ଇଂଲଣ୍ଡରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ କଳାପଟି ପିନ୍ଧି ପଡିଆକୁ ଓହ୍ଳାଇଛନ୍ତି ଭାରତୀୟ ଦଳ । ଏହାସହ ମ୍ୟାଚ୍ ପୂର୍ବରୁ ଗୋଟିଏ ମିନିଟର ନିରବ ପ୍ରାର୍ଥନା ମଧ୍ୟ କରିଛି ଟିମ୍ ଇଣ୍ଡିଆ । ଉଭୟ ଟିମର ଖେଳାଳୀ ଏହି ଦୁଃଖଦ ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲାରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରୁଛି । ଫାଇନାଲ ମୁକାବିଲାରେ ଭାରତ ନିଜର ଚୂଡାନ୍ତ ଏକାଦଶରେ ଅନୁଭବୀ ଅଶ୍ୱିନୀଙ୍କୁ ସ୍ଥାନ ଦେଇନାହିଁ । ଜଣେ ସ୍ପିନର ଓ ୪ ଜଣ ପେସରଙ୍କୁ ନେଇ ମୈଦାନକୁ ଓହ୍ଲାଇଛନ୍ତି ରୋହିତ ବାହିନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe