କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ୍ ହେଲେ ଋତୁରାଜ ଗାଏକ୍ୱାଡ୍ । ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମାରିଲେ ଆଇପିଏଲ ଷ୍ଟାର ରିଙ୍କୁ ସିଂ । ଶୁକ୍ରବାର ୧୯ ତମ୍ ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ଦଳ ଘୋଷଣା କରିଥିବାବେଳେ, ଯୁବ ଓପନର ଋତୁରାଜ ଗାଏକ୍ୱାଡଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି । ଅନ୍ୟପଟେ ଆଇପିଏଲରେ ଚମକ୍ରାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂ, ପ୍ରଭାସିମରନ୍ ସିଂହ ଏବଂ ଜିତେଶ ଶର୍ମାଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ଖାଲି ସେତିକି ନୁହେଁ, ଏହି ଖେଳାଳିଙ୍କ ବ୍ୟତୀତ ତିଲକ୍ ବର୍ମାଙ୍କୁ ଏସିଆନ୍ ଗେମ୍ସ ପାଇଁ ଦଳରେ ସୁଯୋଗ ମିଳିଛି ।
ଆସନ୍ତା ସେପ୍ଟେମ୍ବର ମାସରେ ଏସିଆନ୍ ଗେମ୍ସ ଖେଳାଯିବାକୁ ଅଛି । ପ୍ରଥମ ଥର ପାଇଁ ଭାରତ ନିଜର କ୍ରିକେଟ୍ ଟିମ୍ ଏହି ପ୍ରତିଯୋଗିତାକୁ ପଠାଇବ । ତେବେ ଏଥିପାଇଁ ଶିଖର ଧାୱନ୍ ଦଳର କ୍ୟାପଟେନ୍ ରହିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସେ ସବୁ ଚର୍ଚ୍ଚାକୁ ପଛରେ ପକାଇ, ଚୟନକର୍ତ୍ତାମାନେ ଋତୁରାଜଙ୍କୁ ଦଳର ନୂଆ କମାଣ ଦେଇଛନ୍ତି ।
NEWS 🚨- Team India (Senior Men) squad for 19th Asian Games: Ruturaj Gaikwad (Captain), Yashasvi Jaiswal, Rahul Tripathi, Tilak Varma, Rinku Singh, Jitesh Sharma (wk), Washington Sundar, Shahbaz Ahmed, Ravi Bishnoi, Avesh Khan, Arshdeep Singh, Mukesh Kumar, Shivam Mavi, Shivam…
— BCCI (@BCCI) July 14, 2023
ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ: ଋତୁରାଜ ଗାଏକ୍ୱାଡ(ଅଧିନାୟକ), ଯଶସ୍ୱୀ ଜୟସୱାଲ, ରାହୁଲ ତ୍ରିପାଠୀ, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା, ୱାସିଂଟନ୍ ସୁନ୍ଦର, ଶାହାବାଜ୍ ଅହମ୍ମଦ, ରବି ବଷ୍ଣୋଇ, ଆବେଶ ଖାନ୍, ଅର୍ଶଦୀପ ସିଂ, ମୁକେଶ କୁମାର, ଶିଭମ ମାଭି, ଶିବମ ଦୁବେ , ପ୍ରଭାସିମରନ୍ ସିଂ
ଷ୍ଟାଣ୍ଡବାଏ ପ୍ଲେୟାର: ୟଶ ଠାକୁର, ସାଇ କିଶୋର, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ସାଇ ସୁଦର୍ଶନ
ସୂଚନାଯୋଗ୍ୟ ଯେ, ଏସିଆନ୍ ଗେମ୍ସରେ ତୃତୀୟ ଥର ପାଇଁ କ୍ରିକେଟ୍ ଇଭେଣ୍ଟର ଆୟୋଜନ କରାଯାଉଛି । ଗତ ଦୁଇଥର ଯାକ ଭାରତ ନିଜର କ୍ରିକେଟ୍ ଟିମ୍ ଏହି ପ୍ରତିଯୋଗିତାକୁ ପଠାଇନଥିଲା । ଏହି କାରଣରୁ ଗତ ଦୁଇଟି ଯାକ ଇଭେଣ୍ଟରେ ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା ଦଳ ଉଭୟ ପୁରୁଷ ଏଭଂ ମହିଳା ବର୍ଗରେ ଚାମ୍ପିୟନ୍ ହେଉଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/07/Ruturaj-Gaikwad.jpg)