ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ପ୍ରଥମ ଟେଷ୍ଟରେ ରାହାଣେ, ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ କୋହଲି ।

239

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଥିବା ବେଳେ କୋହଲି ପ୍ରଥମ ମ୍ୟାଚ୍ ପରେ ଟିମ୍ ସହ ଯୋଗଦେବେ । ତେବେ ପ୍ରଥମ ଟେଷ୍ଟ ପାଇଁ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ପନ୍ତଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା କେ.ଏସ ଭରତଙ୍କୁ ସୁଯୋଗ ଦିଆଯାଇଛି ।

ଘୋଷଣା ହୋଇଥିବା ଟିମରେ ୪ ସ୍ପିନରକୁ ସ୍ଥାନ ମିଳିଥିବା ବେଳେ ୪ ଦ୍ରୁତ ବୋଲରଙ୍କୁ ସୁଯୋଗ ମିଳିଛି । ତେବେ ସାର୍ଦ୍ଦୁଳ ଠାକୁରଙ୍କୁ ଟିମରେ ବାଦ୍ ଦିଆଯାଇଛି । ସେହିଭଳି ଯଶପ୍ରୀତ ବୁମରା, ମହମ୍ମଦ ସାମିଙ୍କୁ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଛି । ରୋହିତଙ୍କ ଅନୁପସ୍ଥିତିରେ ଓପନିଂ ଭାର ସମ୍ଭାଳିବେ ରାହୁଲ ଓ ମୟଙ୍କ ଅଗ୍ରୱାଲ । ସେହିଭଳି ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଶ୍ରେୟସ ଆୟର ମଧ୍ୟକ୍ରମ ସମ୍ଭାଳିବେ । ଆସନ୍ତା ୨୫ ନଭେମ୍ବରରେ କାନୁପରରେ ପ୍ରଥମ ଟେଷ୍ଟ ଖେଳାଯିବ । ସେହିଭଳି ୩ ଡିସେମ୍ବରରେ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।