ତୃତୀୟ ଦିନିକିଆରେ ୨୬୫ ରନ୍ କଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜକୁ ବିଜୟ ଲକ୍ଷ୍ୟ ୨୬୬ ରନ୍ ।

ତୃତୀୟ ଦିନିକିଆରେ ୨୬୫ ରନ୍ କଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜକୁ ବିଜୟ ଲକ୍ଷ୍ୟ ୨୬୬ ରନ୍ ।

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ୨୬୫ ରନ୍ କଲା ଟିମ୍ ଇଣ୍ଡିଆ । ଫଳରେ ଶେଷ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ବିଜୟ ପାଇଁ ଲକ୍ଷ୍ୟ ରହିଛି ୨୬୬ ରନ୍ । ତେବେ ଶେଷ ଦିନିକିଆ ପୂର୍ବରୁ ରୋହିତ ବାହିନୀ ସିରିଜ୍ କବଜା କରିସାରିଥିବାରୁ ୱେଷ୍ଟଇଣ୍ଡିଜ ପାଇଁ ଏହି ମ୍ୟାଚ୍ ସମ୍ମାନର ପ୍ରଶ୍ନ ସାଜିଛି । ଆଜି ପ୍ରଥମେ ଟସ୍ ଜିତି ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ବ୍ୟାଟିଂକୁ ଓହ୍ଲାଇଥିଲେ ଶିଖର ଧାୱନ ଓ ରୋହିତ ଶର୍ମା । ହେଲେ ଦଳ ମାତ୍ର ୪୨ ରନ୍ ଭିତରେ ନିଜର ଟପ୍-୩ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଦେଇଥିଲା । ଏହାପରେ ଶ୍ରେୟାସଙ୍କ ୮୦ ରନ୍ ଓ ରିଷଭଙ୍କ ୫୬ ରନର ଇଂନିସ ଫଳରେ ଦଳର ସ୍କୋର ଆଗକୁ ବଢିଥିଲା ।

ସେହିପରି ଶେଷ ଆଡକୁ ୱାସିଂଟନ ସୁନ୍ଦର ୩୩ ରନ୍ ଓ ଦୀପକ ଚହର ୩୮ ରନ୍ କରିବାରୁ ଦଳର ସ୍କୋର ୫୦ ଓଭରରେ ୨୬୫ ରନ୍ ହୋଇଥିଲା । ତେଣୁ ୱେଷ୍ଟଇଣ୍ଡିଜକୁ ବିଜୟ ପାଇଁ ଲକ୍ଷ୍ୟ ରହିଛି ୨୬୬ ରନ୍ । ତେବେ ୱେଷ୍ଟଇଣ୍ଡିଜ ପକ୍ଷରୁ ଜାସନ ହୋଲଡର ୪ଟି ସଫଳତା ପାଇଥିବାବେଳେ, ଜୋସେଫ ଓ ହେଡେନ୍ ୨ଟି ଲେଖାଏଁ ସଫଳତା ପାଇଥିଲେ । ତା ସହିତ ଓଡେନ୍ ସ୍ମିଥଙ୍କୁ ମଧ୍ୟ ଗୋଟିଏ ସଫଳତା ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe