କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଇଂନିସରେ ଭାରତର ସ୍କୋର ୨୨୯ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ଆଜି ୨୩୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି ଟିମ୍ ଇଣ୍ଡିଆ ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଦଳର ଅଧିନାୟକ ଜୋସ୍ ବଟଲର । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ତେବେ ଆରମ୍ଭରୁ କିନ୍ତୁ ଦଳକୁ ମିଳିଥିଲା ଝଟକା । ଶୁଭମନ୍ ଗିଲ୍ ଏବଂ ବିରାଟ କୋହଲି ବଡ ରନ୍ ସ୍କୋର କରିବା ଆଗରୁ ପ୍ୟାଭିଲିୟନ୍ ଫେରିଥିଲେ । ଅନ୍ୟପଟେ ଶ୍ରେୟାସ ଆୟର ମଧ୍ୟ ମାତ୍ର ୪ ରନ୍ କରି ଆଉଟ୍ ହେଇଥିଲେ । ଏହାପରେ ରାହୁଲ ଓ ରୋହିତ ମିଶି ଦଳର ସ୍କୋରକୁ ଆଗକୁ ବଢାଇଥିଲେ ମଧ୍ୟ ବେପାରୁଆ ସଟ୍ ଖେଳି ଆଉଟ୍ ହେଇଥିଲେ ରାହୁଲ ।
ଏହାପରେ ରୋହିତ ନିଜର ଶତକ ଆଡକୁ ଅଗ୍ରସର ହେଉଥିଲେ ମଧ୍ୟ ମାତ୍ର ୮୭ ରନ୍ କରି ଆଉଟ୍ ହେଇଯାଇଥିଲେ । ତେବେ ଶେଷ ଆଡକୁ ସୂର୍ଯ୍ୟକୁମାର ୪୯ ରନ୍ କରିବା ଦ୍ୱାରା ଭାରତର ସ୍କୋର ଆଗକୁ ବଢିଥିଲା । ଇଂଲଣ୍ଡ ପକ୍ଷରୁ ଡେଭିଡ୍ ୱିଲି ୩ଟି ୱିକେଟ୍ ପାଇଥିବାବେଳେ, କ୍ରିସ୍ ୱକସ୍ ଏବଂ ଆଦିଲ୍ ରସିଦ୍ ୨ଟି ଲେଖାଏଁ ସଫଳତା ପାଇଥିଲେ ।