ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଭାରତୀୟ ଟିମର ଚୂଡାନ୍ତ ଏକାଦଶ ଘୋଷଣା । ଦେଖନ୍ତୁ କିଏ ସ୍ଥାନ ପାଇଲେ ?

330

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ପ୍ରସ୍ତୁତ ଭାରତୀୟ ଦଳ । ଦଳ ଆଜି ଚୂଡାନ୍ତ ଏକାଦଶ ଘୋଷଣା ହୋଇଛି । ଦଳ କିଛି ଅଭିଜ୍ଞ ଆଉ କିଛି ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଐତିହାସିକ ବିଜୟ ଲକ୍ଷ୍ୟରେ ଆସନ୍ତାକାଲି ମୈଦାନକୁ ଓହ୍ଲାଇବ ଦଳ ।

ଏହି ଟିମରେ ବିରାଟ କୋହଲି ଅଧିନାୟକ ଓ ଆଜିଙ୍କ୍ୟ ରାହାଣେ ଉପ ଅଧିନାୟକ ରହିଛନ୍ତି । ସେହିପରି ୱିକେଟ କିପର ଦାୟିତ୍ୱରେ ରିଷବ ପନ୍ତ ରହିଛନ୍ତି । ଆସନ୍ତା କାଲିଠାରୁ ଏହି ମ୍ୟାଚ ଆରମ୍ଭ ହେବ । ନ୍ୟୁଜିଲାଣ୍ଡ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଭାରତ ।

ଭାରତୀୟ ଦଳ: ବିରାଟ କୋହଲି( ଅଧିନାୟକ ), ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ରିଷବ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି ।