କନକ ବ୍ୟୁରୋ: ଆଇସିସି କ୍ରିକେଟ୍ ବିଶ୍ୱକପରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଏବଂ ଇଂଲଣ୍ଡ । ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଇଂଲଣ୍ଡ । ତେବେ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଖେଳାଳିମାନେ ହାତରେ ପିନ୍ଧିଛନ୍ତି କଳା ରଙ୍ଗର ବ୍ୟାଚ୍ । ଆଉ ଟିମ୍ ଇଣ୍ଡିଆ ଖେଳାଳିଙ୍କର ଏହି କଳା ରଙ୍ଗର ବ୍ୟାଚ୍ ପିନ୍ଧିବା ପଛର କାରଣ କହିଛି ବିସିସିଆଇ ।

Advertisment

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ଅକ୍ଟୋବର ୨୩ ତାରିଖରେ ଦେହାନ୍ତ ଘଟିଥିଲା । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଦିଲ୍ଲୀରେ ଆଖି ବୁଜିଥିଲେ ବିଶନ ସିଂହ ବେଦୀ । ତେଣୁ ଆଜି ତାଙ୍କରି ସ୍ମୃତିରେ କଳା ରଙ୍ଗର ଫିତା ବାନ୍ଧି ପଡିଆକୁ ଓହ୍ଲାଇଛନ୍ତି ଟିମ୍ ଇଣ୍ଡିଆର ସଦସ୍ୟ ।

ସୂଚନାଯୋଗ୍ୟ ଯେ, ବିଶନ ସିଂହ ବେଦୀ ୨୨ଟି ଟେଷ୍ଟ ମ୍ୟାଚରେ ଭାରତୀୟ ଟିମର କ୍ୟାପଟେନ୍ ରହିଥିଲେ । ନିଜ କ୍ୟାରିୟର ଭିତରେ ସେ ୬୭ଟି ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ, ୨୬୬ଟି ୱିକେଟ୍ ନେଇଥିଲେ । ଏହାସହ ବେଦୀ ପ୍ରଥମ ଶ୍ରେଣୀ କ୍ରିକେଟରେ ମୋଟ ୧୫୬୦ ୱିକେଟ୍ ନେଇଥିଲେ । ଗତ ଅକ୍ଟୋବର ୨୩ ତାରିଖରେ ତାଙ୍କର ଦେହାନ୍ତ ଘଟିଥିଲା ।