ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଦଳର ଏକାଧିକ ଯୁବ ଖେଳାଳି ଫିଟନେସ୍ ଟେଷ୍ଟରେ ଫେଲ୍ ।

639

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦିନିକିଆ ଓ ଟି-୨୦ ସିରିଜରେ ଅଡୁଆରେ ପଡିପାରେ ଟିମ୍ ଇଣ୍ଡିଆ । କାହିଁକି ନା ଦଳର ଏକାଧିକ ଖେଳାଳି ଏବେ ଫିଟନେସ୍ ଟେଷ୍ଟରେ ପାସ୍ ନହୋଇପାରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଆଗକୁ ଇଂଲଣ୍ଡ ସହ ଲିମିଟେଡ୍ ଓଭର ସିରିଜ୍ ଥିବାରୁ ଫିଟନେସ୍ ସମସ୍ୟା ହେତୁ ଏହି ଖେଳାଳିମାନେ ଦଳରୁ ବାହାର ହୋଇପାରନ୍ତି ବୋଲି କୁହାଯାଉଛି ।

ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପୂର୍ବରୁ ଖେଳାଳିମାନଙ୍କ ଫିଟନେସ୍ ଟେଷ୍ଟ ହୋଇଥିଲା । ଯେଉଁଥିରେ ସେମାନଙ୍କୁ ୨ କିଲୋମିଟର ଦୌଡିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ଏଥିରେ ରାହୁଲ ତେୱାଟିଆ, ସିଦ୍ଧାର୍ଥ କୌଲ, ଜୟଦେବ ଉନାଦକତ, ସଞ୍ଜୁ ସାମସନ, ଇଶାନ କିଷାନ ଓ ନୀତିଶ ରାଣାଙ୍କ ଭଳି ଖେଳାଳି ପାସ୍ ହୋଇପାରିନାହାନ୍ତି । ତେବେ ସେମାନଙ୍କ ପାଇଁ ଫିଟନେସ୍ ଟେଷ୍ଟରେ ପାସ୍ ହେବାକୁ ଆଉ ଗୋଟିଏ ସୁଯୋଗ ରହିଛି ।

ତେବେ ଟେଷ୍ଟ ମ୍ୟାଚରେ ଖେଳୁଥିବା ଖେଳାଳିିମାନଙ୍କୁ ଏହି ଟେଷ୍ଟରେ ସାମିଲ କରାଯାଇନଥିଲା । ବ୍ୟସ୍ତବହୁଳ ଖେଳସୂଚୀ ପାଇଁ ସେମାନଙ୍କୁ ଏହି ଫିଟନେସ୍ ଟେଷ୍ଟରୁ ବାଦ ଦିଆଯାଇଥିଲା । ହେଲେ ଏତେ ସଂଖ୍ୟକ ଯୁବ ଖେଳାଳି ଫିଟନେସ୍ ଟେଷ୍ଟରେ ପାସ୍ ନହୋଇପାରିବ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ।