ନୂଆ ଜର୍ସିରେ ଟିମ ଇଣ୍ଡିଆ ଖେଳିବ ଟି-୨୦ ବିଶ୍ୱକପ: ପଢନ୍ତୁ, କେବେ ହେବ ଜର୍ସି ଉନ୍ମୋଚନ

214

କନକ ବ୍ୟୁରୋ: ୟୁଏଇ ଓ ଓମାନରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଉ କିଛି ଦିନ ବାକି ଅଛି । କିଛି ଦେଶର ଟିମ ସେଠାରେ ପହଞ୍ଚି ସାରିଛନ୍ତି । ଟିମ ଇଣ୍ଡିଆର ପ୍ରାୟ ଖେଳାଳି ଆଇପିଏଲ ଯୋଗୁଁ ସେଠାରେ ହିଁ ଅଛନ୍ତି । ତେବେ ବିଶ୍ୱକପକୁ ନେଇ ଭାରତ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ବିଶ୍ୱକପରେ ଟିମ ଇଣ୍ଡିଆ ନୂଆ ଜର୍ସିରେ ନଜର ଆସିବେ । ଆଉ ଏହି ଜର୍ସି ୧୩ ତାରିଖରେ ଉନ୍ମୋଚନ ।

ଜର୍ସି ଉନ୍ମୋଚନ ନେଇ ବିସିସିଆଇ ଟ୍ୱିଟ କରି ନିଜେ ସୂଚନା ଦେଇଛି । ଏହି ଜର୍ସି ପୂର୍ବ ପରି ଏମଭିଏଲ ସ୍ପୋର୍ଟସ ଦ୍ୱାରା ଲଞ୍ଚ କରାଯିବ । ଟି-୨୦ ବିଶ୍ୱକପ ଅକ୍ଟୋବର ୧୭ରୁ ଆରମ୍ଭ ହେବ । ଆଉ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଖେଳାଯିବ ।

ବର୍ତତ୍ତମାନ ଟିମ ଇଣ୍ଡିଆ ବ୍ଲୁ ଜର୍ସି ପିନ୍ଧୁଛନ୍ତି । ଯାହା ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତଠାରୁ ଚାଲି ଆସୁଛି । ବର୍ତ୍ତମାନ ଟି-୨୦ ବିଶ୍ୱକପରେ ପୁଣି ଭାରତ ନୂଆ ଜର୍ସିରେ ନଜର ଆସିବ । ଭାରତର ନୂଆ ଜର୍ସିରେ କଣ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ସମସ୍ତଙ୍କ ନଜର ଏବେ ଭାରତର ନୂଆ ଜର୍ସି ଉନ୍ମୋଚନ ଉପରେ ।