କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜକୁ ଟି-୨୦ ସିରିଜରେ ୩-୦ରେ ପରାସ୍ତ କରିବା ପରେ ଭାରତକୁ ବଡ ସଫଳତା ମିଳିଛି । ଭାରତ ଆଇସିସି ଟି-୨୦ ରାଙ୍କିଙ୍ଗରେ ୧ ନମ୍ବର ସ୍ଥାନରେ ପହଞ୍ଚିଛି । ଏହା ୬ ବର୍ଷ ପରେ ହୋଇଛି । ୨୦୧୬ରେ ଶେଷ ଥର ପାଇଁ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ରେ ପ୍ରଥମ ସ୍ଥାନ ହାସଲ କରିଥିଲା । ଏବେ ପୁଣି ୬ ବର୍ଷ ପରେ ଏହା ସଫଳତା ହୋଇପାରିଛି ।
ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତ ୨୬୮ ରେଟିଂ ସହ ଇଂଲଣ୍ଡ ତଳକୁ ଦ୍ୱିତୀୟ ସ୍ଥାନରେ ରହିଥିଲା । ହେଲେ ସିରିଜରେ ୩-୦ରେ ଭାରତର କ୍ଲିନ ସୁଇପ ପରେ ଭାରତର ରେଟିଂ ୨୬୯ରେ ପହଞ୍ଚିଥିଲା । ଇଂଲଣ୍ଡ ମଧ୍ୟ ସମାନ ରେଟିଂରେ ରହିଛି । ହେଲେ ଭାରତ ଅଧିକ ପଏଣ୍ଟ ହିସାବରେ ୧ ନମ୍ବର ସ୍ଥାନରେ ରହିଛି ।
ଟିମ ଇଣ୍ଡିଆ ୨୦୧୬ ଫେବୃଆରୀ ୧୨ଠାରୁ ୩ ମେ ଯାଏଁ ଟି-୨୦ରେ ୧ ନମ୍ବର ରହିଥିଲା । ସେତେବେଳେ ଭାରତର ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନୀ । ଏହାପରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ବିରାଟଙ୍କ ଅଧିନାୟକତ୍ୱରେ ସିନା ଭାରତ ଲମ୍ବା ସମୟ ଯାଏଁ ଟେଷ୍ଟରେ ୧ ନମ୍ବର ରହିଥିଲା ହେଲେ ଟି-୨୦ରେ ସଫଳତା ପାଇପାରିନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/43-5.jpg)