ଉନ୍ମୋଚନ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି: ଟି-୨୦ ବିଶ୍ୱକପରେ ଏହି ଜର୍ସିରେ ନଜର ଆସିବେ ଭାରତୀୟ ଖେଳାଳି

228

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପାଇଁ ଉନ୍ମୋଚନ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି । ଏହି ନୂଆ ଜର୍ସିରେ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିଛି । ବିସିସିଆଇ ନିଜେ ଟ୍ୱିଟରରେ ଭାରତୀୟ ଖେଳାଳି ପିନ୍ଧିଥିବା ଏହି ନୂଆ ଜର୍ସିର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ ଏହି ଜର୍ସିରେ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଖେଳିବ ।

ଜର୍ସି ଉନ୍ମୋଚନ ନେଇ ବିସିସିଆଇ ଟ୍ୱିଟ କରି ନିଜେ ସୂଚନା ଦେଇଛି । ଏହି ଜର୍ସି ପୂର୍ବ ପରି ଏମପିଏଲ ସ୍ପୋର୍ଟସ ଦ୍ୱାରା ଲଞ୍ଚ କରାଯିବ । ଟି-୨୦ ବିଶ୍ୱକପ ଅକ୍ଟୋବର ୧୭ରୁ ଆରମ୍ଭ ହେବ । ଆଉ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଖେଳାଯିବ ।

ବର୍ତତ୍ତମାନ ଟିମ ଇଣ୍ଡିଆ ବ୍ଲୁ ଜର୍ସି ପିନ୍ଧୁଛନ୍ତି । ଯାହା ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତଠାରୁ ଚାଲି ଆସୁଛି । ବର୍ତ୍ତମାନ ଟି-୨୦ ବିଶ୍ୱକପରେ ପୁଣି ଭାରତ ନୂଆ ଜର୍ସିରେ ନଜର ଆସିବ । ଆଉ ଖେଳାଳିଙ୍କୁ ଏହି ନୂଆ ଜର୍ସିରେ ଦେଖିବା ପାଇଁ ଫ୍ୟାନମାନେ ଅପେକ୍ଷା କରି ରହିଛନ୍ତି ।