ବିଶ୍ୱକପ୍ କ୍ରିକେଟ୍ ୨୦୧୯ । ଇଂଲଣ୍ଡ ଗସ୍ତ ପୂର୍ବରୁ ବିରାଟ କହିଲେ ମନର କଥା ।

ବିଶ୍ୱକପ୍ କ୍ରିକେଟ୍ ୨୦୧୯ । ଇଂଲଣ୍ଡ ଗସ୍ତ ପୂର୍ବରୁ ବିରାଟ କହିଲେ ମନର କଥା ।

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍ ପାଇଁ ହାତରେ ଆଉ ୯ ଦିନ । ସମସ୍ତ ଦଳ ପ୍ରସ୍ତୁତି ଚଳାଇଥିବାବେଳେ ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ଆଉ କହିଛନ୍ତି କି, ମୁଁ ଖେଳିଥିବା ପୂର୍ବ ଦୁଇଟି ବିଶ୍ୱକପ୍ ଠାରୁ ଚଳିତ ବିଶ୍ୱକପ୍ ମୋ ପାଇଁ ସବୁଠାରୁ ଚ୍ୟାଲେଜିଙ୍ଗ୍ ରହିବ । ତେଣୁ ଆମେ ସମସ୍ତେ ନିଜର ସର୍ବୋଚ୍ଚ ପ୍ରଦର୍ଶନ ଦେବାକୁ ଉଦ୍ୟମ କରିବୁ । ଯଦି ଆମ ଦଳ ଏଭଳି ପ୍ରଦର୍ଶନ କରିବାରେ ସଫଳ ହୁଏ ତେବେ ଫଳାଫଳ ଆମ ସପକ୍ଷରେ ରହିବ ବୋଲି କହିଛନ୍ତି ରନ୍ ମେସିନ୍ କୋହଲି ।

ଅନ୍ୟପଟେ ସମ୍ପୂର୍ଣ୍ଣ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ଟିମ୍ ସ୍ଥିର ମନୋଭାବ ରଖି ପ୍ରଦର୍ଶନ କରିବାକୁ ନିଜର ଜି-ଜାନ୍ ଲଗାଇଦେବ । କାରଣ ଇଂଲଣ୍ଡ ପିଚ୍ ସର୍ବଦା ହାଇ ସ୍କୋରିଂ ପିଚ୍ ଭାବେ ପରିଲିକ୍ଷିତ ହୋଇଥାଏ । ଏବଂ ଏହାର ପାଣିପାଗ ଭାରତୀୟ ଖେଳାଳିମାନଙ୍କୁ ସୁହାଏ ବୋଲି କହିଛନ୍ତି କୋହଲି । ତେଣୁ ଦଳ ସେଠାରେ ଭଲ ପ୍ରଦର୍ଶନ କରିବ ବୋଲି ଆତ୍ମ ବିଶ୍ୱାସ ରଖିଛନ୍ତି ରନ୍ ମେସିନ୍ କ୍ୟାପଟେନ୍ କୋହଲି ।

ଭାରତୀୟ ଟିମ୍ ଆସନ୍ତା କାଲି ସକାଳୁ ଇଂଲଣ୍ଡ ଗସ୍ତରେ ବାହାରିବେ । ସେହିପରି ଆସନ୍ତା ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବ କ୍ରିକେଟ୍ ମହାପର୍ବ । ଏଥିରେ ଭାରତ ସମେତ ମୋଟ ୧୦ଟି ଟିମ୍ ଭାଗ ନେଉଛନ୍ତି । ଭାରତୀୟ ଟିମର ଦାୟିତ୍ୱ ବିରାଟ କୋହଲିଙ୍କୁ ମିଳିଛି। ଭାରତ ୨ ଥର ବିଶ୍ୱକପ୍ (୧୯୮୩ ଓ ୨୦୧୧)ରେ ଜିତିଛି। ଆମଦେଶକୁ ପ୍ରଥମ ଥର କପିଳ ଦେବ ଏବଂ ଦ୍ୱିତୀୟ ଥର ମହେନ୍ଦ୍ର ସିଂହ ଧୋନି ବିଶ୍ୱକପ୍ ଟାଇଟଲ ଦେଇଛନ୍ତି । ଏବେ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଭାରତକୁ ବିଶ୍ୱବିଜେତା କରାଇବାର ଗୁରୁ ଦାୟିତ୍ୱ ରହିଛି।

ଭାରତ ବିଶ୍ୱକପରେ ନିଜର ଅଭିଯାନ ଜୁନ ୫ରୁ କରିବ। ଟିମର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ସହିତ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଜୁନ ୧୬ରେ ଖେଳାଯିବ। ଭାରତ ବିଶ୍ୱକପରେ ପାକିସ୍ତାନ ଠାରୁ କେବେ ବି ହାରି ନାହିଁ । ଫଳରେ ଭାରତୀୟ ପ୍ରଶଂସକ ଏଭଳି ପ୍ରଦର୍ଶନ ଜାରି ରଖିବା ପାଇଁ କୋହଲିଙ୍କ ଠାରୁ ନିଶ୍ଚିତ ଭାବେ ଆଶା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe