ବିରାଟ କୋହଲିଙ୍କ ପାଖରେ ରହିଛି ଏହି ବିରଳ ଜିନିଷ । ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

340

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ସବୁବେଳେ ତାଙ୍କର ଷ୍ଟାଇଲିସ୍ ଅନ୍ଦାଜ ପାଇଁ ଫ୍ୟାନମାନଙ୍କର ପ୍ରଶଂସା ସାଉଁଟିଥାନ୍ତି । ଖାଲି ସେତିକି ନୁହେଁ, ଦୁନିଆର ଜଣେ ଧନୀ କ୍ରିକେଟ୍ ଭାବେ ମଧ୍ୟ କୋହଲି ବେଶ ଜଣାଶୁଣା । ହେଲେ ଆଜି ଆମେ ଆପଣଙ୍କୁ ଏପରି କଥା କହିବୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

କୋହଲିଙ୍କ ପାଖରେ ଅନେକ ଆକର୍ଷଣୀୟ ଜିନିଷ ରହିଥାଏ । ହେଲେ ସେ ଏକ ବିଶେଷ ପ୍ରକାରର ହାତ ଘଣ୍ଟା ପିନ୍ଧିଥାନ୍ତି । ଯାହାର ଦାମ ଆପଣ କଳ୍ପନା ବି କରିନଥିବେ । ବିରାଟଙ୍କ ଘଣ୍ଟାରେ ସୁନା ଓ ହୀରାର କାରୁକାର୍ଯ୍ୟ ରହିଥାଏ । ଆଉ ଏହାର ଦାମ ହେଉଛି ପ୍ରାୟ ୭୦ ଲକ୍ଷ ଟଙ୍କା । ଏହି ଘଣ୍ଟାର ବିଶେଷତ୍ୱ ହେଉଛି ଏହା ଦେଖିବାକୁ ଯେପରି ଆକର୍ଷଣୀୟ ଏହାର ଷ୍ଟାଇଲ୍ ମଧ୍ୟ ସେହିପରି । ବିରାଟ ଅନୁଷ୍କା ସାଙ୍ଗ ହୋଇ ବୁଲୁଥିବାବେଳେ ବିରାଟଙ୍କ ହାତରେ ଏହି ଘଣ୍ଟା ଅଧିକାଂଶ ଥର ଦେଖିବାକୁ ମିଳିଛି ।

ଖାଲି ଘଣ୍ଟା ନୁହେଁ, ବିରାଟ କୋହଲିଙ୍କର ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍ ମଧ୍ୟ ରହିଛି । ଯାହାକୁ ସେ ୨୦୧୬ ମସିହାରେ ସେ କିଣିଥିଲେ । ୭୧୭୧ ବର୍ଗଫୁଟ୍ ଅଞ୍ଚଳରେ ଥିବା ଏହି ଫ୍ଲାଟରେ ୩୫ଟି ଫ୍ଲୋର ରହିଛି । ଏହାର ବିଶେଷତ୍ୱ ହେଲା ଏହି ଆପାର୍ଟମେଣ୍ଟରୁ ସାରା ମୁମ୍ବାଇ ସହର ଏବଂ ଆରବ ସାଗର ଭଲ ଭାବେ ଦିଶିଥାଏ । ଯାହାର ଦାମ ହେଉଛି ପାଖାପାଖି ୩୪ କୋଟି ଟଙ୍କା ।