ପୁଣି ବିବାଦରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଜାତୀୟ ସଙ୍ଗୀତ ଗାନ ବେଳେ ଚୁଇଙ୍ଗମ୍ ଚୁବାଉଥିବା ଅଭିଯୋଗ

329

କନକ ବ୍ୟୁରୋ : ପୁଣି ବିବାଦରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲୀ । ଜାତୀୟ ସଂଗୀତ ଗାନ ବେଳେ ଚୁଇଙ୍ଗମ୍ ଚୋବାଇ ବିବାଦକୁ ଆସିଛନ୍ତି ବିରାଟ । କୋହଲୀଙ୍କ ଏପରି ଆଚରଣ ଭାରତୀୟ ଫ୍ୟାନ୍ସଙ୍କୁ ବ୍ୟଥିତ କରିଛି । କେପ୍ ଟାଉନ୍ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଏହି ଘଟଣଶ ଦେଖିବାକୁ ମିଳିଛି ।
ପ୍ରତି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବା ପୂର୍ବରୁ ଜାତୀୟ ସଂଗୀତ ଗାନ କରାଯାଇଥାଏ । ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପୂର୍ବରୁ ମଧ୍ୟ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହି ସମୟରେ ଭାରତୀୟ ଦଳର ଖେଳାଳିମାନେ ସାବଧାନ ମୁଦ୍ରାରେ ଜାତୀୟ ସଂଗୀତ ଗାନ କରିଥିଲେ । ହେଲେ ବିରାଟ କୋହଲୀ ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି