କେମିତି ଫିଟ୍ ଅଛନ୍ତି କ୍ୟାପଟେନ୍ କୋହଲି? ଜାଣନ୍ତୁ, ଫିଟ୍ ରହିବା ପାଇଁ କଣ କଣ ଖାଆନ୍ତି ବିରାଟ…

116

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି କେବଳ କ୍ରିକେଟ୍ ନୁହେଁ, ବରଂ ତାଙ୍କ ଜବରଦସ୍ତ ଫିଟନେସ୍ ପାଇଁ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ପ୍ରିୟ ଅଟନ୍ତି । କୋହଲି ହେଉଛନ୍ତି ଏପରି ଜଣେ ଖେଳାଳି ଯିଏ ଫିଟନେସକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଖାଲି ସେତିକି ନୁହେଁ, ତାଙ୍କ ଦେଖାଦେଖି ଏବେ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିମାନେ ମଧ୍ୟ ନିଜକୁ ଫିଟ୍ ରଖୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି କୋହଲିଙ୍କ ଡାଏଟ୍ ପ୍ଲାନ୍ କଣ?

କୋହଲି ନିଜର ଫିଟନେସକୁ ନେଇ ବେଶ ଯତ୍ନବାନ ଅଟନ୍ତି । ଯାହାର ଫଳସ୍ୱରୂପ ତାଙ୍କୁ ପଡିଆରେ ବେଶ ଫୂର୍ତ୍ତି ଅନ୍ଦାଜରେ ଦେଖିବାକୁ ମିଳେ । ଅଧିକାଂଶ ସମୟରେ ବାଉଣ୍ଟ୍ରି ପାଖକୁ ଦୌଡି ଦୌଡିଯାଇ ବଲକୁ ଧରିଥାନ୍ତି । ତେବବେ ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ବିରାଟ ତାଙ୍କର ଡାଏଟ ପ୍ଲାନର ଖୁଲାସା କରିଥିଲେ । ବିରାଟ ନିଜର ଖାଦ୍ୟରେ ଅଧିକାଂଶ ସମୟରେ ସବୁଜ ପନିପରିବା ଖାଇଥାନ୍ତି । ତା ସହିତ କିଛି ଅଣ୍ଡା, ଦୁଇ କପ୍ କଫି, ଡାଲି ଓ ଦୋସା ଆଦି ହେଉଛି ବିରାଟଙ୍କ ପସନ୍ଦର ଖାଦ୍ୟ । ଟିମ୍ ଇଣ୍ଡିଆର କ୍ୟାପଟେନ୍ ଏହାର ସହିତ ବାଦାମ, ପ୍ରୋଟିନ୍ ବାର୍ ଏବଂ ବେଳେବେଳେ ଚାଇନିଜ୍ ଖାଦ୍ୟ ଖାଇଥାନ୍ତି ବୋଲି ମଧ୍ୟ କହିଛନ୍ତି ।

ତା ସହିତ ବିରାଟ କୋହଲିି ବେଳେବେଳେ ଛୋଲେ ଭଟୁରେ ଖାଇବାକୁ ପସନ୍ଦ କରିଥାନ୍ତି ବୋଲି ପୂର୍ବରୁ ଏକ ଇଣ୍ଟରଭ୍ୟୁରେ କହିସାରିଛନ୍ତି । ଏହି ଛୋଲେ ଭଟୁରେ ତାଙ୍କର ପ୍ରିୟ ଖାଦ୍ୟ ଭିତରୁ ଗୋଟିଏ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଭାରତର ସଫଳ ଅଧିନାୟକ ମାନଙ୍କ ମଧ୍ୟରେ ଜଣେ । ତାଙ୍କ ନେତୃତ୍ୱରେ ଭାରତ ଅନେକ ଐତିହାସିକ ବିଜୟ ହାସଲ କରିଛି ।