କନକ ବ୍ୟୁରୋ: ଦିନ ପରେ ମେଲବୋର୍ଣ୍ଣରେ ମହାଲଢେଇ । ସାମ୍ନାସାମ୍ନି ହେବେ ଦୁଇ ଚୀର ପ୍ରତିଦ୍ୱନ୍ଦୀ । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍ସାହିତ ଉଭୟ ଦେଶର ଫ୍ୟାନ୍ସ । ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବ ଟି୨୦ କ୍ରିକେଟର ମହାକୁମ୍ଭ । ତେବେ ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କ ନଜର ଭାରତ-ପାକିସ୍ତାନ ମ୍ୟାଚ ଉପରେ ଥିବା ବେଳେ ଭାରତୀୟ ଦର୍ଶକଙ୍କ ପାଇଁ ଖୁସି ଖବର ଆସିଛି । ପାକିସ୍ତାନର ଷ୍ଟାର ଖେଳାଳୀ ଆହତ ହୋଇ ମ୍ୟାଚରୁ ବାଦ ପଡିଛନ୍ତି । ତେବେ ଏହା ଭାରତକୁ ଫାଇଦା ଦେବ କି?
ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳକୁ ଝଟକା ଲାଗିଛି । ଦଳର ଷ୍ଟାର ଖେଳାଳୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବ୍ୟାଟର ସାନ ମସୁଦ ନେଟ୍ସରେ ପ୍ରାକ୍ଟିସ ବେଳେ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ବଲ ବାଜିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରବିବାର ଭାରତ ବିପକ୍ଷ ମ୍ୟାଚ ଥିବା ବେଳେ ସାନ ଆହତ ହେବା ପାକିସ୍ତାନ ପାଇଁ ବଡ ଝଟକା । ବଲ ବାଜିବା ପରେ ସେ ତଳେ ପଡିଯାଇଥିଲେ । ଏହା ପରେ ତାଙ୍କୁ ମେଡିକାଲର ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ସ୍କାନ କରାଯାଇଥିଲା । ତେବେ ମେଡିକାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ କୌଣସି ସୂଚନା ମିଳିପାରିନାହିଁ ।
ଦଳର ଜଣେ ଭରସାଯୋଗ୍ୟ ଖେଳାଳୀ ସାନ ମସୁଦ । ନିକଟରେ ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ୮ଟି ମ୍ୟାଚ ଖେଳି ୧୦୪୭ ରନ ସଂଗ୍ରହ କରିଥିଲେ । ସେ ତିନିଟି ଶତକ ମଧ୍ୟ ହାସଲ କରିଥିଲେ । ଏହି ପ୍ରଦର୍ଶନ ବଳରେ ତାଙ୍କୁ ଟି୨୦ ବିଶ୍ୱକପ ଦଳରେ ସୁଯୋଗ ମିଳିଥିଲା । ତେବେ ସେ ଆହତ ହେବା ଦଳ ପାଇଁ ଚିନ୍ତା ବଢାଇଛି । ସେପଟେ ଭାରତୀୟ ଦଳ ପାଇଁ ଏହା ବଡ ସୁଯୋଗ । ଯଦି ସେ ସମ୍ପୂର୍ଣ୍ଣ ଫିଟ ନ ହୁଅନ୍ତି ତେବେ ଏହା ଦଳ ପାଇଁ ବଡ ଫାଇଦା ସାବ୍ୟସ୍ତ ହୋଇପାରେ । ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ମ୍ୟାଚ ଥିବାରୁ ଫ୍ୟାନ୍ସ ମାନେ ମ୍ୟାଚକୁ ନେଇ ବେସ ଉତ୍ସାହିତ ଅଛନ୍ତି । ତେବେ ଅପେକ୍ଷା ରହିବ ଯେ ଉଭୟ ଦଳ କେଉଁଭଳି ପ୍ରଦର୍ଶନ ଆଉ ଦଳ ନେଇ ମ୍ୟାଚକୁ ଓହ୍ଲାଉଛନ୍ତିା
Follow Us