ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ: ଘୋଷଣା ହେଲା ଭାରତୀୟ ଦଳ । ବାଦ ପଡିଲେ ରୋହିତ, ଅଧିନାୟକ ହେଲେ ରାହୁଲ 

Advertisment
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ: ଘୋଷଣା ହେଲା ଭାରତୀୟ ଦଳ । ବାଦ ପଡିଲେ ରୋହିତ, ଅଧିନାୟକ ହେଲେ ରାହୁଲ 

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଆହତ କାରଣରୁ ଏହି ଦିନିକିଆ ସିରିଜରୁ ବାଦ ପଡିଲେ ରୋହିତ ଶର୍ମା । ତେବେ ତାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ କେଏଲ ରାହୁଲ । ସେହିପରି ଉପ ଅଧିନାୟକ ଭାବେ ଯଶପ୍ରୀତ ବୁମରାହଙ୍କୁ ଦାୟିତ୍ୱ ମିଳିଛି ।

ସେହିପରି ପୁଣି ଦିନିକିଆ ଦଳକୁ ଫେରିଛନ୍ତି ଶିଖର ଧାୱନ । ତେବେ ଏଥର ପୁଣି ଭେଙ୍କଟେଶ ଆୟର ଓ ଋତୁରାଜ ଗାଏକ୍ୱାର୍ଡଙ୍କ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା । ତେବେ ଦଳ ଏହି ଗସ୍ତରେ ୩ଟି ଦିନିକିଆ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚ ଜାନୁଆରୀ ୧୯ ତାରିଖରେ ଖେଳାଯିବ ।

କେ ଏଲ ରାହୁଲ (ଅଧିନାୟକ), ଶିଖର ଧାୱନ୍, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟାସ ଆୟାର, ଭେଙ୍କଟେଶ ଆୟାର, ରିଷଭ ପନ୍ତ, ଇଷାନ କିଶାନ, ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନୀ, ୱାସିଂଟନ୍ ସୁନ୍ଦର, ଜଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe