କନକ ବ୍ୟୁରୋ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିସିସିଆଇ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଏହି ମ୍ୟାଚରେ ରିଷବ ପନ୍ତ ନୁହେଁ ବରଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଉପ ଅଧିନାୟକ ଭାବେ ଭୁବନେଶ୍ୱର କୁମାର ରହିଛନ୍ତି । ଏହି ସିରିଜରେ ରିଷବ ପନ୍ତ, ଶ୍ରେୟାସ ଆୟରଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।
ସେହିପରି ଏହି ସିରିଜକୁ ଫେରିଛନ୍ତି ସୂର୍ଯ୍ୟ କୁମାର ଯାଦବ ଓ ସଞ୍ଜୁ ସାମସନ । ଏହାସହ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ଦଳରେ ସ୍ଥାନ ପାଇଛନ୍ତି ରାହୁଲ ତ୍ରିପାଠୀ । ରୋହିତ ଶର୍ମା ବିଶ୍ରାମ ନେଇଥିବାରୁ ପ୍ରଥମେ ଟି-୨୦ ଦାୟିତ୍ୱ କେଏଲ ରାହୁଲଙ୍କୁ ମିଳିଥିଲା । ହେଲେ ତାଙ୍କ ଆହତ ସମସ୍ୟା ଯୋଗୁଁ ସେ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡିଥିଲେ । ପରେ ରିଷବ ପନ୍ତଙ୍କୁ ଦାୟିତ୍ୱ ମିଳିଥିଲା । ଏବେ ରିଷବ ପନ୍ତଙ୍କୁ ବିଶ୍ରାମ ଦିଆଯାଇ ହାର୍ଦ୍ଦିକଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
ଆୟର୍ଲାଣ୍ଡ ବିପକ୍ଷରେ ଭାରତ ୨ଟି ଟି-୨୦ ମ୍ୟାଚ ଖେଳିବ । ଗୋଟିଏ ଜୁନ ୨୬ ତାରିଖରେ ହେବାକୁ ଥିବାବେଳେ ଅନ୍ୟଟି ଜୁନ ୨୮ରେ ହେବ । ଆୟର୍ଲାଣ୍ଡ ଏହି ସିରିଜ ପାଇଁ ପୂର୍ବରୁ ନିଜ ଦଳ ଘୋଷଣା କରିସାରିଛି । ଟିମ ଇଣ୍ଡିଆ କେବଳ ଦିନେଶ କାର୍ତ୍ତିକ ଙ୍କୁ ଛାଡିଦେଲେ ଏହି ଗସ୍ତରେ ସଂପୂର୍ଣ୍ଣ ନବାଗତ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ।
ଭାରତୀୟ ଦଳ
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଭୁବନେଶ୍ୱର କୁମାର (ଉପ ଅଧିନାୟକ), ଇଶାନ କିଷାନ, ଋତୁରାଜ ଗାଏକ୍ୱାର୍ଡ, ସଞ୍ଜୁ ସାମସନ, ସୂର୍ଯ୍ୟ କୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ନୋଇ, ହର୍ଷଲ ପଟେଲ, ଆଭେଶ ଖାନ, ଅର୍ଶଦୀପ ସିଂ, ଉମ୍ରାନ ମଲ୍ଲିକ ।