ଦ୍ୱିତୀୟ ଟେଷ୍ଟ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଆଜିଙ୍କ୍ୟ ରାହାଣେ ଅଧିନାୟକ । ଶୁଭମନ ଗିଲ୍, ମହମ୍ମଦ ସିରାଜ କରିବେ ଡେବ୍ୟୁ ।

398

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଦଳରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ସେହିପରି ରିଦ୍ଧିମାନ ଶାହାଙ୍କ ସ୍ଥାନରେ ରିଷବ ପନ୍ତଙ୍କୁ ଦଳରେ ସ୍ଥାନ ମିଳିଛି । ସେହିପରି ଏହି ଦ୍ୱିତୀୟ ଟେଷ୍ଟ ଜରିଆରେ ଶୁଭମନ ଗିଲ ଓ ମହମ୍ମଦ ସିରାଜ ନିଜ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବେ ।

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତଠାରୁ ବିଜୟ ହୋଇଥିଲା । ଫଳରେ ଏହି ୪ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ତେବେ ସିରିଜକୁ ହାତେଇବା ପାଇଁ ଭାରତ ପାଖରେ ଏବେ ସୁଯୋଗ ରହିଛି । ଏହି ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇ ପ୍ରଥମ ଟେଷ୍ଟର ବଦଲା ନେବାକୁ ପ୍ରୟାସ କରିବ ।

ଭାରତୀୟ ଦଳ : ଆଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା(ଉପ ଅଧିନାୟକ), ହନୁମା ବିହାରୀ, ରିଷବ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଉମେଶ ଯାଦବ, ଯଶପ୍ରିତ ବୁମରାହ, ମହମ୍ମଦ ସିରାଜ ।