ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ । ପ୍ରଥମ ଇଂନିସରେ ଭାରତ ୨୨୫ ରନରେ ଅଲଆଉଟ୍ । ଶ୍ରୀଲଙ୍କାକୁ ବିଜୟଲକ୍ଷ୍ୟ ୨୨୬ ରନ୍ ।

115

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଟିମ୍ ଇଣ୍ଡିଆ ଆଜି ୨୨୫ ରନ୍ କରି ପ୍ରଥମ ଇଂନିସରେ ଅଲଆଉଟ୍ ହୋଇଯାଇଛି । ଫଳରେ ଶ୍ରୀଲଙ୍କାକୁ ଶେଷ ଦିନିକିଆ ଜିତିବାକୁ ହେଲେ ୨୨୬ ରନ୍ କରିବାକୁ ହେବ । ଆଜି ଏକଦା ୧୦୨ ରନରେ ଦୁଇ ୱିକେଟ୍ ହରାଇ ଦଳ ଦୃଢ ସ୍ଥିତିରେ ଥିଲା ହେଲେ ଏହା ପରେ ମଧ୍ୟମକ୍ରମ ବ୍ୟାଟିଂ ବିଫଳତା ହେତୁ ଦଳ ମାତ୍ର ୨୨୫ ରନ୍ କରି ନିଜର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଦେଇଥିଲା ।

ଆଶ୍ୱସ୍ତିକର କଥା ହେଉଛି, ଭାରତ ଏବେ ବି ସିରିଜରେ ୨-୦ରେ ଆଗୁଆ ଅଛି । ଦଳ ପୂର୍ବ ମ୍ୟାଚ୍ ଜିତି ସିରିଜ୍ କବଜା କରିସାରିଥିବାରୁ ଏହି ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହେଲେ ମଧ୍ୟ ଭାରତ ଦିନିକିଆ ସିରିଜ୍ ବିଜୟୀ ହେବ । ଏ ସବୁ ପରେ ମଧ୍ୟ ଆଜି ଶିଖର ବାହିନୀ ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ପଡିଆକୁ ଓହ୍ଲାଇବ ।

ଆଜି ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳର ୩ ଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିଥିଲେ । ମଧ୍ୟମକ୍ରମରେ କିନ୍ତୁ ସୂଯ୍ୟକୁମାର ଯାଦବଙ୍କ ବ୍ୟତୀତ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ୍ ଭଲ ରନ୍ କରିପାରିନଥିଲେ । ଫଳରେ ଦଳ ଶେଷ ଆଡକୁ ମାତ୍ର ୨୨୫ ରନ୍ କରି ଅଲଆଉଟ୍ ହୋଇଯାଇଛି ।