କନକ ବ୍ୟୁରୋ: ସ୍କୁଲ ସାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ରାଇଘରରୁ ଆସିଛି ଏଭଳି ଏକ ଲଜ୍ଜାରେ ମୁଣ୍ଡ ନଇଁଯିବା ଭଳି ଖବର । ଦୁଷ୍କର୍ମ ପଛରେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି । ପୀଡିତା ଜଣଙ୍କ ସ୍କୁଲର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ବୋଲି ଜଣାପଡିଛି । ରାଇଘର ବ୍ଲକ କୁନ୍ଦେଇ ଥାନା ଅଂଚଳର ଏହି କୁତ୍ସିତ ଘଟଣା ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ ଲଗାଇଛି । ପୀଡିତାଙ୍କ ପରିବାର ଥାନାରେ ଏତଲା ଦେବାରୁ ଏହି ଘଟଣା ସାମ୍ନାକୁ ଆସିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ୭ ତାରିଖ ଦିନ ପୀଡିତାଙ୍କ ସହ ଏହି କୁତ୍ସିତ କାରନାମା ଘଟିଥିଲା । ଏହାପରେ ଲୋକଲଜ୍ଜା ଭୟରେ ପୀଡିତା କାହାରିକୁ କିଛି କହିନଥିଲେ । ପରେ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ । ଏହାପରେ ହସ୍ପିଟାଲରେ ନର୍ସ ଜଣଙ୍କ ପୀଡିତାଙ୍କ ସହ କଥାବାର୍ତା ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ କନ୍ଦେଇ ଥାନାରେ ପରିବାର ଲୋକେ ଏତଲା ଦେଇଥିଲୋ ପୋଲିସ ଏବେ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।