କନକ ବ୍ୟୁରୋ: ଶିକ୍ଷା , ଯାହା ଜୀବନ ବଦଳାଇଦିଏ, ପରିପୂର୍ଣ୍ଣ ଜୀବନ ପାଇଁ ବାଟ ଖୋଜିଦିଏ । ଏହାକୁ ବିତରଣ କରୁଥିବା ବ୍ୟକ୍ତି ହେଉଛନ୍ତି ବାସ୍ତବରେ ଅନନ୍ୟ  । ବିଭିନ୍ନ କାରଣରୁ ଶିକ୍ଷା ପାଇବାକୁ କିନ୍ତୁ ଅନେକ ଶିଶୁ ବଞ୍ଚିତ ହୋଇ ରହିଯାନ୍ତି ହେଲେ ସେମାନଙ୍କୁ ଶିକ୍ଷା ରୂପକ ଜ୍ଞାନର ଆଲୋକ ଦେଖାଇବାକୁ ଆଗେଇ ଆସନ୍ତି କିଛି ସହୃଦୟ  । ଏହି ଶ୍ରେଣୀରେ ସାମିଲ ହୋଇଛନ୍ତି ଭୁବନେଶ୍ୱରର ଯୁବକ ପ୍ରତ୍ୟୟ ପ୍ରଶାନ୍ତ ।

Advertisment

ବ୍ୟସ୍ତ ରାଜଧାନୀର ବସ୍ତିରେ ରହୁଥିବା ପିଲାଙ୍କ ଶିକ୍ଷା ଅବହେଳିତ । ହେଲେ ଏହି ଅବହେଳିତ କୁନି କୁନି ପିଲାଙ୍କୁ ଶିକ୍ଷା ଦେଇ ସେମାନଙ୍କର ଉଜ୍ୱଳ ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ଆଗେଇ ଆସିଛନ୍ତି ପ୍ରତ୍ୟୟ ପ୍ରଶାନ୍ତ । ସେ ସୋଆ ୟୁନିଭର୍ସିଟିର ଏମବିଏ ଛାତ୍ର । ଶିକ୍ଷାର ମର୍ଯ୍ୟାଦାକୁ ବେଶ ଭଲ ଭାବେ ବୁଝିପାରିଛନ୍ତି । ହେଲେ ଯେତେବେଳେ ଶିକ୍ଷା ଅଭାବରୁ ବସ୍ତି ପିଲାଙ୍କୁ ଦେଖନ୍ତି ତାଙ୍କ ମନ ବିଚଳିତ ହୋଇଉଠେ । ବିଶେଷ କରି କରୋନା ସମୟରେ ଏଠିକାର ପିଲାମାନେ ପାଠନ ନପଢି ବାଟହୁଡି ଥିବା ଦେଖି ନିଜକୁ ସମ୍ଭାଳିପାରିନଥିଲେ ପ୍ରତ୍ୟୟ । ଆଉ ସ୍ୱଚେଷ୍ଟାରେ ଆରମ୍ଭ କଲେ ମୁକ୍ତାକାଶ ଚାଟଶାଳୀ ।ନୟାପଲ୍ଲୀର ଗଣେଶ ବସ୍ତିରେ ଆରମ୍ଭ ହୋଇଛି ଏହି ଚାଟଶାଳୀ ।

କେବଳ ଭୁବନେଶ୍ୱରରେ ନୁହେଁ ବରଂ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶିକ୍ଷା ଦାନ ପରି ମହତ କାର୍ଯ୍ୟରେ ଲାଗିଛନ୍ତି ପ୍ରତ୍ୟୟଙ୍କ ସହପାଠୀ । ୧୫ଟି ଜିଲ୍ଲାରେ ପାଖାପାଖି ୬୦ ଟି ପାଠଶାଳା ରହିଥିବାବେଳେ ପଡୋଶୀ ଛତିଶଗଡରେ ମଧ୍ୟ ଏପରି ଶିକ୍ଷା ଦାନ କରୁଛନ୍ତି ପ୍ରତ୍ୟୟଙ୍କ ସହପାଠୀ ।

ଆଗକୁ ମଧ୍ୟ ଏହି ବସ୍ତି ପିଲାଙ୍କ ଭବିଷ୍ୟତ ଗଢିବାକୁ ନିଜ ଜୀବନର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରତ୍ୟୟ ।