ଦାବି ପୂରଣ ନହେଲେ ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ କରିବେ ଶିକ୍ଷକ । ଆସନ୍ତା ୧୩ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ଚେତାବନୀ ।

1,688

କନକ ବ୍ୟୁରୋ: ଦାବି ପୂରଣ ନହେଲେ ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ କରିବେ ଶିକ୍ଷକ । ସରକାରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକ । ୨୦୧୩ ମସିହାରୁ ସରକାର ଚୁକ୍ତିଭତ୍ତିକ ନିଯୁକ୍ତି ନିୟମ ଉଠାଇଦେଇଥିଲେ । ୨୦୧୭ ପରଠାରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ସମୟକୁ ଗଣନା କରି ଦରମା ପ୍ରଦାନ କଲେ । କିନ୍ତୁ ୨୦୦୪ରୁ ୨୦୦୯ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ପ୍ରାୟ ୭ ହଜାର ଶିକ୍ଷକଙ୍କ କଥା ସରକାର ଭୁଲିଗଲେ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏନେଇ ସେମାନେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ୍ୟ । ତେଣୁ ଏଥର ଦାବି ପୂରଣ ନହେଲେ ମାର୍ଚ୍ଚ ୧୪ ତାରିଖରୁ ହେବାକୁ ଥିବା ମାଟ୍ରିକ ଖାତା ମୁଲ୍ୟାୟନ ବର୍ଜନ କରିବାକୁ ଚେତାବନୀ ଦେଇଛି ସଂଘ ।
ପୁରୁଣା ପେନସନ ପ୍ରଦାନ, ୨୦୦୪ରୁ ୨୦୧୩ରେ ନିଯୁକ୍ତି ପାଇଥିବା ସବୁ ଶିକ୍ଷକଙ୍କୁ ନିୟମିତ କରବା, ମାଧ୍ୟମିକ ଶିକ୍ଷକମାନଙ୍କର କ୍ୟାଡର ଗଠନ କରିବାକୁ ସଂଘ ଦାବି କରିଛି ।