ଓଷ୍ଟାର ଅହୋରାତ୍ର ଧାରଣାର ପଞ୍ଚମ ଦିନ । ଗାନ୍ଧୀ ମାର୍ଗରେ ବସିଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ।

120

କନକ ବ୍ୟୁରୋ: ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟାର ଅହୋରାତ୍ର ଧାରଣାର ପଞ୍ଚମ ଦିନ । ଦୀର୍ଘ ୫ ଦିନ ଧରି ଗାନ୍ଧୀମାର୍ଗରେ ଦିନ ରାତି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଧାରଣାରେ ବସିଛନ୍ତି । ଏହି ଧାରଣାରେ ବହୁ ପୁରାତନ ଛାତ୍ର, ଅଭିଭାବକ ଓ ପରିଚାଳନା କମିଟି ମଧ୍ୟ ସାମିଲ ହେବ । ଆଜି ହିଁ ସେମାନଙ୍କ ସହ ଆଲୋଚନା କରିବାକୁ ସରକାରଙ୍କୁ ସେମାନେ ନିବେଦନ କରିଛନ୍ତି । ଯଦି ଆଜି ଆଲୋଚନା ନ ହେଉଛି ତେବେ ଆଗାମୀ ଦିନରେ ସ୍କୁଲ ଗୁଡ଼ିକ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତି ନେବେ ।