କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀଙ୍କ ବାସବଭନ ଆଗରେ ଶିକ୍ଷକଙ୍କ ବିକ୍ଷୋଭ । ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘର ଆଗରେ ଓଡିଶା ହାଇସ୍କୁଲ ଚୁକ୍ତି ଭିତିକ ଶିକ୍ଷକ ସଂଘ ଧାରଣା ଦେଇଛି । ଗ୍ରେଡ ପେ ବୃଦ୍ଧି, ୧୦ ପ୍ରତିଶତ ଦରମା ବୃଦ୍ଧି, ସପ୍ତମ ବେତନ କମିଶନ ସହ ୧୦ ଦଫା ଦାବିରେ ଶିକ୍ଷକମାନେ ଧାରଣା ଦେଇଛନ୍ତି ।
ଅନେକ ଥର ଏଭଳି ଆନ୍ଦୋଳନ କଲେ ସୁଦ୍ଧା ସରକାର ଦାବି ପୂରଣ କରୁନଥିବା ଅଭିଯୋଗ କରିଛି ଶିକ୍ଷକ ସଂଘ । ତେବେ ସରକାର ଚୁକ୍ତି ଭିତିକ ଶିକ୍ଷକଙ୍କ ଦାବି ପୂରଣ ନକରିବା ଯାଏଁ ଏ ଧାରଣା ହଟିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-21-11h14m34s900.png)