କନକ ବ୍ୟୁରୋ : ଅନ୍ଧ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ୱଳ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ନାଁରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ବାସ୍ତବରେ ଏହି ସବୁ ଯୋଜନା ସେମାନଙ୍କ ପାଖକୁ ପହଞ୍ଚିବା ପୂର୍ବରୁ ବିଭାଗୀୟ ଅଧିକାରୀ ଓ ସ୍କୁଲ କର୍ମଚାରୀ ମାନେ ଲୁଟି ନେଉଛନ୍ତି ସେମାନଙ୍କ ପାଇଁ ଆସିଥିବା ଅର୍ଥକୁ। ସେହିପରି ସରକାରୀ ଅର୍ଥ ହରିଲୁଟ କରିବା ପାଇଁ ସ୍କୁଲରେ ଅଳ୍ପ ପିଲା ଥିବା ବେଳେ ଅନ୍ୟ ସ୍କୁଲରୁ ସକ୍ଷମ ପିଲାଙ୍କୁ ମୁକ ହୋଇ ବସିବାକୁ ଟ୍ରେନିଙ୍ଗ ଦେଇ ସେମାନଙ୍କ ନାଁରେ ଅର୍ଥ ଲୁଟ କରିବା ଘଟଣାର ଗୁମର ଖୋଲିଛନ୍ତି ଚେକିଙ୍ଗ ପାଇଁ ଆସିଥିବା ରାଜ୍ୟ ଭିନ୍ନକ୍ଷେମ ଅଧକ୍ଷା ସୁଲୋଚନା.ଜାହା ଏବେ ଚର୍ଚାର ବିଷୟ ହୋଇଛି.ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗଣିଜାଙ୍ଗର ରଙ୍କନିଧି ମୁକ ବଧିର ବିଦ୍ୟାଳୟରେ. ସରକାରୀ ଅନୁଦାନ ହାତେଇବା ପାଇଁ ଏମିତି ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି ବିଭିନ୍ନ ଭିନ୍ନକ୍ଷମ ସ୍କୁଲ. ଭିନ୍ନକ୍ଷମ ଅଧକ୍ଷାଙ୍କ ଅଚାନକ ପରିଦର୍ଶନ ବେଳେ ଏଭଳି ଗୁମର ଖୋଲିଛି . ଭିନ୍ନକ୍ଷମ ଅଧ୍ୟକ୍ଷା ସୁଲୋଚନା ଦାସ ଭଦ୍ରକ ଜିଲ୍ଲାକୁ ଅଚାନକ ଗ୍ରସ୍ତ ରେ ଆସି ଭିନ୍ନକ୍ଷମ ସ୍କୁଲ କୁ ପରିଦର୍ଶନ ବେଳେ ଏମିତି ଅବ୍ୟବସ୍ଥା ଓ ଚଞ୍ଚକତା ର ପ୍ରମାଣ ମିଳିଛି .

Advertisment

publive-imageରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କ ଅଚାନକ୍ ଚଢାଉ ପରେ ସାମ୍ନାକୁ ଆସିଛି ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟର ଅସଲ ଚେହେରା । ଅଧ୍ୟକ୍ଷାଙ୍କ ଗସ୍ତ ଖବର ପାଇ ଭଦ୍ରକ ବନ୍ତବ୍ଲକ ରଙ୍କନିଧି ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟର କର୍ମଚାରୀ ଅନ୍ୟ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଆଣି ନିଜ ସ୍କୁଲର ଉପସ୍ଥାନ ବଢାଇଛନ୍ତି । ଅନ୍ୟସ୍କୁଲର ପିଲାଙ୍କୁ ନୂଆ ଡ୍ରେସ ପିନ୍ଦାଇ ନୁଆ ବହି ପତ୍ର ଦେଇ ବସାଇଥିଲେ ସ୍କୁଲ କର୍ତୃପକ୍ଷ । ସବୁଠାରୁ ବଡ କଥା ହେଉଛି ଯେଉଁ ଛାତ୍ରଛାତ୍ରୀଙ୍କୁ ଆଣିଛନ୍ତି ସେମାନେ ଭଲଭାବରେ କଥା କହୁଥିବା ବେଳେ ସବୁକିଛି ଦେଖୁଛନ୍ତି ଓ ଶୁଣୁଛନ୍ତି ।

କମିସନରଙ୍କ ଗସ୍ତ ପରେ ସାମ୍ନାକୁ ଆସିଲା ସତ
ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ଅନୁଦାନ ଅଧିକ
ମିଛ ଉପସ୍ଥାନ ଦର୍ଶାଇ ସରକାରୀ ଅର୍ଥ ହରିଲୁଟ୍!

ରଙ୍କନିଧି ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟରେ ୧୨୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ରହିବା ଖାଇବା ଓ ପଢିବାର ବ୍ୟବସ୍ଥା କରିଛନ୍ତି ସରକାର । କିନ୍ତୁ ରହୁଛନ୍ତି ମାତ୍ର ୮୩ ଜଣ ଛାତ୍ରଛାତ୍ରୀ । ଅନ୍ୟ ସ୍କଲରୁ ଛାତ୍ରଛାତ୍ରୀଙ୍କୁ ଆଣି ଭିନ୍ନକ୍ଷମ ସଜେଇ ବିଦ୍ୟାଳୟର ଉପସ୍ଥାନ ବଢାଇ ସେମାନଙ୍କ ପାଇଁ ଆସୁଥିବା ଅନୁଦାନକୁ ହଡପ କରୁଛନ୍ତି ସ୍କୁଲ କର୍ତୃପକ୍ଷ । କେବଳ ଅନ୍ୟ ସ୍କୁଲ ନୁହେଁ କର୍ମଚାରୀଙ୍କ ସଂପର୍କୀୟଙ୍କୁ ମଧ୍ୟ ଏହି ରଙ୍କନିଧି ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟରେ ପଢୁଛନ୍ତି ଯାହା ଭିନ୍ନକ୍ଷମ ଅଧ୍ୟକ୍ଷଙ୍କୁ ଚକିତ କରିଛି । ସ୍କୁଲର ଦୁର୍ନୀତି ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ରାଜ୍ୟ ଭିନ୍ନକ୍ଷମ ଅଧ୍ୟକ୍ଷ ସୁଲୋଚନା ଦାସ ।

ରଙ୍କନିଧି ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଚଢାଉ କରିଥିଲେ ଭିନ୍ନକ୍ଷମ ଅଧ୍ୟକ୍ଷା । ସ୍କୁଲର ଅସଲ ଚେହେରା ଦେଖିବା ପରେ ଅବ୍ୟବସ୍ଥା ନେଇ ସ୍କୁଲ କର୍ତୃପକ୍ଷ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ କଇଫତ୍ ମାଗିଛନ୍ତି ।