ସଂକ୍ରମଣ ବଢୁଛି, ଜୀବନ ଯାଉଛି । ଶିକ୍ଷକଙ୍କୁ ଦିଅ ଟିକା, ଗଞ୍ଜାମର ଶିକ୍ଷକ ସଂଘ କଲା ଦାବି ।

101

କନକ ବ୍ୟୁରୋ : ଶିକ୍ଷକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯାଉ କରୋନା ଟିକା । ଗଞ୍ଜାମ ଜିଲ୍ଲା ପୋଲସରାରେ ଏକାଧିକ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ହେବାପରେ ଏଭଳି ଦାବି କରିଛି ସେଠାକାର ଶିକ୍ଷକ ସଂଘ । ଜିଲ୍ଲାର ପୋଲସରା ବ୍ଲକରେ କରୋନାରେ ୪ ଜଣଙ୍କ ଶିକ୍ଷକ ପ୍ରାଣ ହରାଇ ସାରିଲେଣି ।

ଘୋଡାପଲାଣ ଅଂଚଳର ପ୍ରଧାନ ଶିକ୍ଷକ ପ୍ରଭାକର ରଣା, ମର୍ଦ୍ଦରାପୁରର ଅତିରିକ୍ତ ଶିକ୍ଷକ ଜଗନ୍ନାଥ ନାୟକ, ଜେ.ଡେଙ୍ଗାପଦରର ଅତିରିକ୍ତ ଶିକ୍ଷକ ଭରତ ଡାକୁଆ ଏବଂ ରୁମାଗଡର ଅତିରିକ୍ତ ଶିକ୍ଷକ ଚନ୍ଦ୍ରଶେଖର ନାହାକଙ୍କ କରୋନାରେ ମୃତ୍ୟୁ ହୋଇଛି । ଫଳରେ କାର୍ଯ୍ୟରତ ଶିକ୍ଷକଙ୍କ ଭିକରେ ଭୟର ବାତାବରଣ ଲାଗିରହିଛି । ଏବେ ମଧ୍ୟ କିଛି ଶିକ୍ଷକ କରୋନା ଆକ୍ରାନ୍ତ ହୋଇ ଘରୋଇ ସଙ୍ଗରୋଧରେ ଅଛନ୍ତି । ତେଣୁ ଶିକ୍ଷକ ସଙ୍ଘର ନେତା ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଶିକ୍ଷକମାନଙ୍କୁ ଅଗ୍ରାଧିକାର ଭିତିରେ ଟିକା ଦେବା ପାଇଁ ଦାବି କରାଯାଇଛି ।