ଆଉ ଜଣେ ଶିକ୍ଷକଙ୍କୁ ନିର୍ବାଚନ ଅଧିକାରୀଙ୍କ ଛାଟ । ରାଜନୈତିକ କାର୍ଯ୍ୟରେ ସାମିଲ ହୋଇଥିବାରୁ ହେଲା ବଦଳି ।

675

କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାରେ ଆଉ ଜଣେ ଶିକ୍ଷକଙ୍କ ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଛାଟ । ରାଜନୈତିକ କାର୍ଯ୍ୟରେ ସାମିଲ ହେବାରୁ ଶିକ୍ଷକଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । କଣ୍ଟାମାଳ ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ନିର୍ବାଚନ ମଣ୍ଡଳୀ ବାହାରକୁ ବଦଳି କରାଯାଇଛି । ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ନେଇ ଅଭିଯୋଗ ଆସିବା ପରେ ଗତ ୧୩ ତାରିଖରେ ଗୋବର୍ଦ୍ଧନଙ୍କ ବଦଳି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଏହାପରେ ଗୋବର୍ଦ୍ଧନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ ହାଇସ୍କୁଲ କେଲାକଟାକୁ ବଦଳି କରାଯାଇଛି ।