ସିଏଏକୁ ବିରୋଧ କରୁଥିଲେ ଛାତ୍ରୀ । ଶିକ୍ଷକ କହିଲେ, ପାକିସ୍ତାନ ପଳାଅ । ଅଭିଯୋଗ ପରେ ହେଲେ ନିଲମ୍ବିତ ।

Advertisment
ସିଏଏକୁ ବିରୋଧ କରୁଥିଲେ ଛାତ୍ରୀ । ଶିକ୍ଷକ କହିଲେ, ପାକିସ୍ତାନ ପଳାଅ । ଅଭିଯୋଗ ପରେ ହେଲେ ନିଲମ୍ବିତ ।

ସିଏଏ ଓ ଏନଆରସିକୁ ନେଇ ଦେଶରେ ବିରୋଧର ବହ୍ନି ଜଳୁଥିବା ବେଳେ କେରଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଛାତ୍ରୀଙ୍କୁ ପାକିସ୍ତାନ ପଳାଅ ବୋଲି କହି ନିଲମ୍ବିତ ହୋଇଛନ୍ତି ଜଣେ ଶିକ୍ଷକ । ଏଭଳି ଘଟଣାଟି କେରଳର ତ୍ରିଶୁର ଜିଲ୍ଲାରେ ଦେଖିବାକୁ ମିଳିଛି । କୋଦୁଙ୍ଗାଲୁରରେ ଥିବା ଏକ ସରକାରୀ ବାଳିକା ସ୍କୁଲର ହିନ୍ଦୀ ଶିକ୍ଷକ କଲେସାନ ‌କେକେ ସିଏଏକୁ ବିରୋଧ କରୁଥିବା ଜଣେ ଛାତ୍ରୀଙ୍କୁ ‘ପାକିସ୍ତାନ ପଳାଅ’ କହିବା ପରେ ଛାତ୍ରୀଟିର ଅଭିଭାବକ ଅଭିଯୋଗ ଆଣିଥିଲେ। ଶେଷରେ ତାଙ୍କୁ ନିଲମ୍ବିତ କରାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗତ ସପ୍ତାହରେ ଶ୍ରେଣୀ କକ୍ଷରେ ସିଏଏକୁ ନେଇ ଏକ ଆଲୋଚନା ଚାଲିଥିଲା। ଆଲୋଚନା ସମୟରେ ଛାତ୍ରୀ ଜଣକ ନିଜର ମତ ରଖି ତାହାକୁ ବିରୋଧ କରିଥି‌ଲେ। ଛାତ୍ରୀ ଜଣକ ବିରୋଧ କରିବା ପରେ ଶିକ୍ଷକ କେକେ ତାଙ୍କୁ ରାଗରେ ଆସି ‘ପାକିସ୍ତାନ ପଳାଅ’ ବୋଲି କହିଥିଲେ।

ଜାଣିବାକୁ ମିଳିଛି ଯେ ଶ୍ରେଣୀରେ ଅନେକ ମୁସଲ୍‌ମାନ ଥିବା କାରଣରୁ ଶିକ୍ଷକ ସିଏଏକୁ ନେଇ ଯେଉଁ ଭଳି ଭାବେ ଆଲୋଚନା କରିଥିଲେ ତାହା ଏକାଧିକ ଛାତ୍ରୀଙ୍କୁ ଆଘାତ ଦେଇଛି। ସିଏଏକୁ ନେଇ ଆଲୋଚନା କରୁଥିବା ଶିକ୍ଷକ କେକେ ଅନେକ ଛାତ୍ରୀଙ୍କୁ ଆଘାତ ଦେବା ପରେ ସେମାନଙ୍କ ଅଭିଭାବକମାନେ ମିଳିତ ଭାବେ ଅଭିଯୋଗ କରିବା ପରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe