ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ! ୧୫ ଦିନ ମଧ୍ୟରେ ନିୟମିତ ନହେଲେ ହେବ ଆନ୍ଦୋଳନ

Advertisment
ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ! ୧୫ ଦିନ ମଧ୍ୟରେ ନିୟମିତ ନହେଲେ ହେବ ଆନ୍ଦୋଳନ

କନକ ବ୍ୟୁରୋ : ୨୦୧୨ ଫେବ୍ରୁଆରିରେ ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିଲେ। ୨୦୧୮ ସୁଦ୍ଧା ସେମାନଙ୍କର ୬ବର୍ଷର ଚୁକ୍ତି ଅବଧି ଶେଷ ହୋଇଛି। ସେହି ଅନୁଯାୟୀ, ଏହି ଶିକ୍ଷକମାନେ ନିୟମିତ ହେବା କଥା। ତେବେ ଆହୁରି ଦୁଇ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଶିକ୍ଷକମାନେ ଆଜି ପର୍ଯ୍ୟନ୍ତ ନିୟମିତ ହୋଇପାରି ନାହାନ୍ତି। ଗୋଟିଏ ପଟେ ଏଭଳି ବିଳମ୍ବ ହେଉଥିବା ବେଳେ ଅନ୍ୟପଟେ ୪୪୯ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ ହୋଇଛନ୍ତି ଏବଂ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷକମାନଙ୍କୁ ନିୟମିତ କରାଯିବା ପ୍ରକ୍ରିୟା ଫାଇଲ୍ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରୁ ଲୋକସେବା ଭବନ ଯାଇଥିଲା।

ସେଠାରେ କିଛି ମାସ ରହିବା ପରେ ଫାଇଲ ନିର୍ଦେଶାଳୟକୁ ଫେରି ଆସିଥିଲା। ପରେ ଏହି ଫାଇଲ ଗଣଶିକ୍ଷା ବିଭାଗକୁ ଯାଇ ସେହିଠାରେ ପଡ଼ି ରହିଛି। ତାହାକୁ ଅର୍ଥ ବିଭାଗକୁ ପଠାଯାଉ ନାହିଁ। ଯଦି ଆଗାମୀ ୧୫ଦିନ ମଧ୍ୟରେ ନିୟମିତ ପ୍ରକ୍ରିୟା ଶେଷ ହୋଇ ବିଜ୍ଞପ୍ତି ପ୍ରକାଶ କରା ନଯାଏ, ତେବେ ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ଚିନ୍ମୟ ବିଶ୍ବାଳ, ସମ୍ପାଦକ ସତ୍ୟପୀର ମହାନ୍ତି, ନର୍ମଦା ପ୍ରଧାନ, ଶକ୍ତି କୁମାର ଶତପଥୀ, ଆଶୁତୋଷ ମହାନ୍ତି, ପ୍ରଫୁଲ୍ଲ ସେଠୀ, ବିଶ୍ବରଞ୍ଜନ ପଣ୍ଡା, ଖଗେଶ୍ବର ମହାରଣା, ଅନ୍ନପୂର୍ଣ୍ଣା ଦାସ, ଶିଳ୍ପୀ ସଞ୍ଜୀବିତା ନାୟକ, ରାକେଶ ନାୟକ, ପ୍ରଶାନ୍ତ ପରିଡ଼ା ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe