ଆନ୍ଦୋଳନରେ ସ୍କୁଲ ଓ କଲେଜ ଶିକ୍ଷକ ! ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ରହିବାକୁ ଚେତାବନୀ ।

ଆନ୍ଦୋଳନରେ ସ୍କୁଲ ଓ କଲେଜ ଶିକ୍ଷକ ! ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ରହିବାକୁ ଚେତାବନୀ ।

କନକ ବ୍ୟୁରୋ : ଆନ୍ଦୋଳନରେ ଶିକ୍ଷକ । ଭୁବନେଶ୍ୱର ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ସ୍କୁଲ ଓ କଲେଜ ଅଧ୍ୟାପକ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକମାନେ ବିଦ୍ୟାଳୟକୁ ଫେରିବେନି ବୋଲି ନିଷ୍ପତି ନେଇଥିବା ବେଳେ ଗତକାଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା । ଏଥିରେ ଶିକ୍ଷକମାନଙ୍କ ଦାବି ନେଇ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

publive-image

ଖୁବଶୀଘ୍ର ପୁଣିଥରେ କମିଟିର ବୈଠକ ବସି ଦାବି ଉପରେ ଆଲୋଚନା ହୋଇପାରେ ବୋଲି ଜଣାପଡିଛି । ବ୍ଲକ୍ଗ୍ର୍ରାଂଟ୍ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବି ନେଇ ଗତ ୧୬ ତାରିଖରୁ ଶିକ୍ଷକ ମାନେ ଧାରଣାରେ ବସିଛନ୍ତି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ସମୟ ଦିଆଯାଇଛି । ଦାବି ପୂରଣ ନହେଲେ ଗାଁଠୁ ସହର ପର୍ଯ୍ୟନ୍ତ ଆନ୍ଦୋଳନ ହେବ ଓ ଗାଁରେ ସମାବେଶ କରାଯିବ ବୋଲି ଶିକ୍ଷକ ମାନେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe