କନକ ବ୍ୟୁରୋ : ଲୋୟର ପିଏମଜିରେ ଧାରଣାରେ ବସିଥିବା ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ଏକ ପ୍ରତିନିଧି ଦଳ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ଶିକ୍ଷକଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ଖୁବ୍ ଶୀଘ୍ର ଏନେଇ ଅର୍ଡର ବାହାରିବ । ସେପଟେ ଆଲୋଚନା ପରେ ଚୁକ୍ତି ଭିତିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ ସଂଧ୍ୟା ସୁଦ୍ଧା ଅର୍ଡର ବାହାରିବା ନେଇ ପ୍ରତିଶ୍ରୁତି ମିଳିଛି ।

Advertisment

ଅର୍ଡର ବାହାରିବା ପରେ ଆନ୍ଦୋଳନ ସ୍ଥଗିତ ରଖାଯିବ । ଗତକାଲିଠାରୁ ଲୋୟର ପିଏମଜିରେ ଶିକ୍ଷକଙ୍କ ଧାରଣା ଜାରି ରହିଛି । ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ହାଇସ୍କୁଲ ଚୁକ୍ତିଭିତିକ ଶିକ୍ଷକ ସଂଘ ଆନ୍ଦୋଳନ କରୁଛନ୍ତି । ଠିକା ନିଯୁକ୍ତି ଉଚ୍ଛେଦ ନେଇ ଗତବର୍ଷ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାରି ଭିତରେ ବିଭିନ୍ନ ବିଭାଗ ଏହାକୁ କାର୍ଯ୍ୟକାରୀ କରିଥିବା ବେଳେ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ କରିନାହାନ୍ତି । ଯାହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ସଂଘ । ୨୦୧୬ରୁ ୨୦୨୨ ଯାଏଁ ହଜାର ହଜାର ହାଇସ୍କୁଲ ସିବିଟି ଶିକ୍ଷକ ଆନ୍ଦୋଳନରେ ଯୋଗ ଦେଇଛନ୍ତି ।