କନକ ବ୍ୟୁରୋ : ଶିକ୍ଷକ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ମନ୍ତ୍ରୀ ସ୍ୱୀକାର କରିଛନ୍ତି ଶିକ୍ଷକଙ୍କ ବିଭିନ୍ନ ଗୋଷ୍ଠୀ ରହିଛି ଓ ଭିନ୍ନ ଭିନ୍ନ ଦାବି ରହିଛି । ଅର୍ଥାତ ସୋମବାର ସରକାରଙ୍କ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି ଶିକ୍ଷକ ଆନ୍ଦୋଳନ ନେଇ ଖୋଦ୍ ଶିକ୍ଷକ ସଂଘ ଦୁଇଭାଗ ହୋଇଛି । ଦୁଇଟି ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ବେଳେଆଉ ଆଉ କିଛି ସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟପଟେ ଶିକ୍ଷକ ସଂଘର ଆନ୍ଦୋଳନ ଭିତରେ ପେଶି ହୋଇଯାଇଛି ପିଲାଙ୍କ ଭବିଷ୍ୟତ । ବିଧାନସଭା ଅଧିବେଶନ ଚାଲିଥିବାବେଳେ ଆହୁରି ତେଜିବ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ । ୨୬ ତାରିଖରେ ରାଜଧାନୀର ଛାତି ଉପରେ ମହାସମାବେଶ କରିବାକୁ ପ୍ରସ୍ତୁତି ହେଉଛି ।

Advertisment

ଅଭିଯୋଗ ହେଉଛି, ଦାବି ପୂରଣ ପରିବର୍ତେ ସରକାର ଶିକ୍ଷକଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି । ଦୁଇଟି ସଙ୍ଗଠନ ଆନ୍ଦୋଳନ ପ୍ରତ୍ୟାହାର କରିବା ଓ ଅନ୍ୟ ସଙ୍ଗଠନ ଆନ୍ଦୋଳନରେ ରହିବା ଏହା ପ୍ରମାଣ କରୁଛି । ଆଉ ଏହାରି ମଧ୍ୟରେ ବିଭାଗୀୟ ମନ୍ତ୍ରୀଙ୍କ ବୟାନ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ଗଣତାନ୍ତ୍ରିକ ଦେଶରେ ଆନ୍ଦୋଳନ ପାଇଁସମସ୍ତଙ୍କ ଅଧିକାର ଅଛି । ନିଜ ଦାବି ପୂରଣ ପାଇଁ ଆମେ ଅନ୍ୟର ହକ୍ ଛଡାଇନେବା ଅନୁଚିତ ।

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ନେଇ ଦ୍ୱନ୍ଦ୍ୱ ବଢୁଥିବାବେଳେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ହସ୍ତକ୍ଷେପ କରିଛି । ଆସନ୍ତା ୨୩ ତାରିଖ ଅର୍ଥାତ ଶନିବାରଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଭିନ୍ନ ସମସ୍ୟା ନେଇ ଆଲୋଚନା ଶିକ୍ଷକଙ୍କ ସହ ଆଲୋଚନା କରିବ । ପ୍ରଶ୍ନ ଉଠୁଛି
-ଶିକ୍ଷକଙ୍କ ଦାବି ମାନିବେ କି ସରକାର?
-ପୁଣି ଫାଟ ସୃଷ୍ଟି ପାଇଁ ଉଦ୍ୟମ ହେବ ନା କିଛି ନିଷ୍କର୍ସ ବାହାରିବ?
-କେବେ ସୁଦ୍ଧା ସ୍ୱାଭାବିକ ହେବ ପିଲାଙ୍କ ପାଠପଢା?