କନକ ବ୍ୟୁରୋ : ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଶିକ୍ଷକଙ୍କ ଦାବି ସଂପର୍କରେ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତା ଡିସେମ୍ବର ମାସ ଯାଏଁ ଅପେକ୍ଷା କରିବାକୁ କୁହାଯାଇଛି । ଆଜି ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାଳୟକୁ ପ୍ରାଥମିକ ଶିକ୍ଷକ ସଂଘକୁ ଡକା ଯାଇଥିଲା । ଫାଇଭ-ଟି ସଚିବଙ୍କ ଭର୍ଚୁଆଲ ବୈଠକରେ ଯାଜପୁର ବିଧାୟକ ବୈଠକ ପରିଚାଳନା କରିଥିଲେ । ବୈଠକରେ ମୁଖ୍ୟତଃ ଗ୍ରେଡ-ପେ ବୃଦ୍ଧି, କଳା, କ୍ରିଡା ଶିକ୍ଷକଙ୍କ କ୍ୟାରିୟର ଆଡଭାନ୍ସ ପଲିସି, ଏକ୍ସ କ୍ୟାଡରଙ୍କୁ ରେଗୁଲାର କରିବା ଏବଂ ଓଲ୍ଡ ପେନସନ୍ ଲାଗୁ କରିବା ଭଳି ଦାବି ସଂପର୍କରେ ଆଲୋଚନା କରାଯାଇଥିବା ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ସୂଚନା ଦେଇଛନ୍ତି । ଆଜି ଆଲୋଚନା ପରେ ନୂଆ ବର୍ଷରେ ଶିକ୍ଷକଙ୍କ ମାନଙ୍କୁ ଭେଟି ଦିଆଯିବ ବୋଲି ଆଶ୍ୱାସନା ମିଳିଛି । ତେବେ ବିଭିନ୍ନ ଦାବି ନେଇ ୧୦ଟି ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ କରୁଥିବା ବେଳେ ଆଜି ୯ଟି ସଂଘର ବୈଠକରେ ସାମିଲ ହୋଇଥିଲେ । ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ସିଏମଓ ଅଫିସରୁ ଡାକରା ଆସିନଥିଲା । ତେବେ ଦଳରୁ ବାହାରି ବଶୃଙ୍ଖଳିତ ଆଚରଣ କରିଥିବାରୁ ଡକା ଯାଇନଥିବା ସଂଘ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି ।