କନକ ବ୍ୟୁରୋ: ଲୋୟର ପିଏମଜିରେ ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ଶିକ୍ଷକଙକ ଧାରଣା । ପେଟ୍ରୋଲ ଧରି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ । ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସନ୍ଧ୍ୟା ୬ଟା ଯାଏ ମହଲତ । ଧାର୍ଯ୍ୟ ସମୟ ଭିତରେ ରାଜ୍ୟ ସରକାର ଯଦି ଦାବି ନ ଶୁଣନ୍ତି ତେବେ ପେଟ୍ରୋଲ ଢ଼ାଳି ହୋଇ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଶିକ୍ଷକ । ୧୫ ବର୍ଷ ହେବ ରାଜ୍ୟ ସରକାର ଦାବି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ।