କନକ ବ୍ୟୁରୋ : ରାଜଧାନୀରେ ମେଳି ହଜାର ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ନୂତନ ପେନସନ ଯୋଜନାରେ ସରକାରଙ୍କ ନିତୀବିହୀନ ନିଷ୍ପତ୍ତିକୁ ବିରୋଧ କରି ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି  । ଆଜି ଏ ନେଇ ଲୋକସେବା ଭବନ ସମ୍ମୁଖରେ ବିଶାଳ ସମାବେଶ କରିବେ ।

Advertisment

ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷରୁ ଅଧିଳ ଶିକ୍ଷକ, କର୍ମଚାରୀ ସାମିଲ ହେବେ ବୋଲି କୁହାଯାଉଛି । ଏନପିଏସ ଶିକ୍ଷକ ସଂଘର ଦାବି ଗୁଡ଼ିକ ଯଥାର୍ଥ ଏବଂ ସରକାର ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦରକାର ବୋଲି କହି ଓଷ୍ଟା ଆନ୍ଦୋଳନକୁ ସମର୍ଥନ ଜଣାଇଛି । ଓଷ୍ଟାର ସମର୍ଥନ ପରେ ଆନେଦାଳନ ଆହୁରୀ ତ୍ରୀବତର ହେବ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି ।