ନବରଙ୍ଗପୁରରେ ଏଡିଇଓଙ୍କ କାର୍ଯ୍ୟରେ ତାତିଲେ ଶିକ୍ଷକ। ଅଫିସରେ ଝାଡୁ ମାରି କଲେ ପ୍ରତିବାଦ।

42

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀ ଗୁଡ଼ା ପଞ୍ଚାୟତରର ଭେଣ୍ଡିଆ ୟୁଜି ହାଇସ୍କୁଲ । ସ୍କୁଲ ପରିଦର୍ଶନରେ ଯାଇଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରେଶମ ଲାଲ ନାୟକ । ସେଠାରେ ବିଦ୍ୟାଳୟ ଅପରିଷ୍କାର ଥିବା ଦେଖିଥିଲେ । କାହିଁକି ବିଦ୍ୟାଳୟ ଝାଡ଼ୁ କରାଯାଇ ନାହିଁ ବୋଲି କହି ପ୍ରଶ୍ନ କରିବା ସହ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦୀଶ ଗୌଡ଼ଙ୍କୁ ଝାଡ଼ୁ କରିବାକୁ କହିଥିଲେ । ପରେ ତାର ଭିଡିଓ ଫଟୋକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ସେହିପରି ଗମ୍ଭାରୀ ଗୁଡ଼ା ପଂଚାୟତର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସ୍କୁଲ ଅପରିଷ୍କାର ଥିବାରୁ ଶିକ୍ଷକଙ୍କୁ ଝାଡ଼ୁ ମାରିବାକୁ କହିଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ।

ଏହା ପରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସରେ ଶିକ୍ଷକ ସଂଘର ପ୍ରତିବାଦ ହୋଇଥିଲା । ଝାଡୁ ମାରି ପ୍ରତିବାଦ କରୁଛନ୍ତି ଶିକ୍ଷକା ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକଙ୍କ କାର୍ୟ୍ୟର ପ୍ରତିବାଦ କରିଛନ୍ତି ଶିକ୍ଷକ ସଂଘ । ସେମାନଙ୍କ ଅଭିଯୋଗ ହେଲା ଏଡିଇଓ ଯେଉଁ କାର୍ୟ୍ୟ କରିଛନ୍ତି ତାହା ଶିକ୍ଷକଙ୍କ ଆତ୍ମସମ୍ମାନକୁ କୁଠାରଘାତ କରିଛି । ଏଡିଇଓଙ୍କ ଚାମ୍ବରରେ ଅଳିଆ ଆବର୍ଜନା ଥିବା ଦର୍ଶାଇ ଏଭଳି ସଫା କରିଛନନ୍ତି ।