ଶିକ୍ଷକଙ୍କ ନିଆରା ନିଦର୍ଶନ...ମାନବ ସେବାର ଜ୍ୱଳନ୍ତ ଉଦାହରଣ ଇଶ୍ୱର ରାଓ । ପିଲାଙ୍କ ଭବିଷ୍ୟତ ଗଢିବା ସହ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରିଛନ୍ତି ରାୟଗଡାର ଇଶ୍ୱର ସାର୍ । ଗରିବ ଅସହାୟଙ୍କ ପାଇଁ ନିଜ ଉଦ୍ୟମରେ ତିଆରି କରିଛନ୍ତି ସ୍ୱର୍ଗଧାମ ।

Advertisment
ଶିକ୍ଷକଙ୍କ ନିଆରା ନିଦର୍ଶନ...ମାନବ ସେବାର ଜ୍ୱଳନ୍ତ ଉଦାହରଣ ଇଶ୍ୱର ରାଓ । ପିଲାଙ୍କ ଭବିଷ୍ୟତ ଗଢିବା ସହ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରିଛନ୍ତି ରାୟଗଡାର ଇଶ୍ୱର ସାର୍ । ଗରିବ ଅସହାୟଙ୍କ ପାଇଁ ନିଜ ଉଦ୍ୟମରେ ତିଆରି କରିଛନ୍ତି ସ୍ୱର୍ଗଧାମ ।

କନକ ବ୍ୟୁରୋ: ଶିକ୍ଷକତା କରି ପିଲାଙ୍କ ଭବିଷ୍ୟତ ଗଢିବା ସହ ମାନବ ପ୍ରେମର ଉଦାହରଣ ପାଲଟିଛନ୍ତି। ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରିଛନ୍ତି ଶିକ୍ଷକ ଈଶ୍ୱର ରାଓ । ଗରିବ ଓ ଦୁଃଖୀ ଲୋକଙ୍କ ପାଇଁ ନିଜ ଉଦ୍ୟମରେ ସହର ଉପକଣ୍ଠରେ ସ୍ୱର୍ଗଧାମ ତିଆରି କରି ଦେଖାଇଛନ୍ତି ନିଆରା ନିଦର୍ଶନ ।

ଖରା ହେଉ ଅବା ବର୍ଷା ଟିକିଏ ସମୟ ପାଇଲେ ଈଶ୍ୱର ବାବୁ ଛୁଟି ଆସିଥାନ୍ତି ସ୍ମଶାନକୁ ଆଉ ଲାଗି ପଡନ୍ତି ଏହାର କାମରେ। ଅଳିଆ ଆବର୍ଜନା ସଫାକରିବା ଠାରୁ ଆରମ୍ଭ କରି ଅନାବନା ଗଛ କାଟିବା, ନୂତନ ଗଛ ଲଗାଇବା । ତାଙ୍କର ଏକ ମାତ୍ର ଲକ୍ଷ ସ୍ମଶାନକୁ ଉର୍ଣ୍ଣତି କରିବା ଯାହାର ନାଁ ଦେଉଛନ୍ତି ସ୍ୱର୍ଗଧମ । ଏହି ସ୍ୱର୍ଗଧାମ ଟି ରାୟଗଡା ସହର ଉପକଣ୍ଠ ସିରିଗୁଡା ଗ୍ରାମ ନିକଟରେ ରହିଛି। ୫ ବର୍ଷ ତଳେ ଏହାର ଉର୍ଣ୍ଣତି କରିବାକୁ ଇଛା କରି ସିରିଗୁଡା ଗ୍ରାମର କିଛିଲୋକଙ୍କ ସହଯୋଗ ପାଇଥିଲେ। ନିଜସ୍ୱ ଉଦ୍ୟମ ଓ ଲୋକଙ୍କ ସହଯୋଗ ଫଳରେ ଦାହ ମଣ୍ଡପ, ଶିବ ମୂର୍ତି, ତ୍ୱରଣ ଆଦି ତିଆରି କରି ଏହାକୁ ଏକ ପାର୍କ ଭଳି ତିଆରି କରିବାକୁ ଅପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କର ଲକ୍ଷ ରହିଛି ଆଗାମୀ ଦିନରେ ଏଠାରେ ଶବ ରଖିବାକୁ ଫ୍ରିଜ଼ର, କର୍ମ କରିବାର ସମସ୍ତ ସୁବିଧା ଲୋକଙ୍କୁ ଯୋଗାଇଦେବା ଯାହାଫଳରେ ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ ଅସୁବିଧା ରହିବ ନାହିଁ।

ଖାଲି ସ୍ମଶାନ ତିଆରି ନୁହଁ ସେ ନିଜ ବିଦ୍ୟାଳୟକୁ ମଧ୍ୟ ସଫାସୁତୁରା ରଖିବା ସହ ସବୁଜ ବନାନୀ କରିପାରିଛନ୍ତି। ପାଠ ପଢ଼ିବା ସହ ବୃକ୍ଷ ଲଗାଇବା ତାଙ୍କରି ଏକ ଦୁର୍ବଳତା ରହି ଆସିଛି। ସେଥିପାଇଁ ତାଙ୍କୁ ମିଳିଛି ପ୍ରକୃତି ମିତ୍ର ଓ ବୃକ୍ଷ ମିତ୍ର ଭଳି ବହୁ ସମ୍ମାନ। ଈଶ୍ୱର ବାବୁଙ୍କୁ ସହଯୋଗ କରିବା ସହ ସେଜଣେ ଉତ୍ତମ ଶିକ୍ଷକ ବୋଲି କହିଛନ୍ତି ସିରିଗୁଡା ଗ୍ରାମବାସୀ। ତାଙ୍କର ଉଦ୍ୟମରେ ଖାଲ ଖମାର ହୋଇଥିବା ସ୍ଥାନ ଆଜି ସ୍ୱର୍ଗଧମ ପଲଟିଥିବା ବେଳେ ଏହା ଏକ ପାର୍କ ଭଳି ଲାଗୁଛି ବୋଲି କହିଛନ୍ତି ଇଶ୍ୱରଙ୍କ ସହଯୋଗୀ ଓ ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe