ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ : ବରଗଡ ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀ ବରଗଡ ଓ ସୋନପୁର ବାସଭବନରେ ଚାଲିଛି ରେଡ

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ : ବରଗଡ ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀ ବରଗଡ ଓ ସୋନପୁର ବାସଭବନରେ ଚାଲିଛି ରେଡ

କନକ ବ୍ୟୁରୋ : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ । ଗତକାଲି ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଶିକ୍ଷକ ଧରାପଡିଥିବା ବେଳେ ଆଜି ବରଗଡ ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଘରେ ଚଢାଉ ହୋଇଛି । ପ୍ରମୋଦଙ୍କ ବରଗଡ ଜିଲ୍ଲାରେ ବରପାଲି ଓ ସୋନପୁର ଜିଲ୍ଲାର ଡୁଙ୍ଗୁରପାଲୀ ବାସଭବନରେ ରେଡ ଚାଲିଛି ।

ଏହା ଛଡା ଡୁଙ୍ଗୁରପାଲି, ଆଗଲପୁର,ବରପାଲି,ତେଲିପାଲି, ଓ ଗଣ୍ଠିପାଲି ହାଇସ୍କୁଲରେ ବି ଭିଜିଲାନ୍ସ ଚଢାଉ କରିଛି । ତେବେ ଏଯାଏ କେତେ ସଂପତି ଥିବା ଆକଳନ କରାଯାଇନାହିଁ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ରେଡ ଚାଲିଛି ।ତେବେ ଏତେ ପରିମାଣର ଟଙ୍କା କେମିତି ଉପାର୍ଜନ କଲେ ସେ ନେଇ ଚାଲିଛି ତନାଘନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe