କନକ ବ୍ୟୁରୋ : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ । ଗତକାଲି ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଶିକ୍ଷକ ଧରାପଡିଥିବା ବେଳେ ଆଜି ବରଗଡ ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଘରେ ଚଢାଉ ହୋଇଛି । ପ୍ରମୋଦଙ୍କ ବରଗଡ ଜିଲ୍ଲାରେ ବରପାଲି ଓ ସୋନପୁର ଜିଲ୍ଲାର ଡୁଙ୍ଗୁରପାଲୀ ବାସଭବନରେ ରେଡ ଚାଲିଛି ।
ଏହା ଛଡା ଡୁଙ୍ଗୁରପାଲି, ଆଗଲପୁର,ବରପାଲି,ତେଲିପାଲି, ଓ ଗଣ୍ଠିପାଲି ହାଇସ୍କୁଲରେ ବି ଭିଜିଲାନ୍ସ ଚଢାଉ କରିଛି । ତେବେ ଏଯାଏ କେତେ ସଂପତି ଥିବା ଆକଳନ କରାଯାଇନାହିଁ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ରେଡ ଚାଲିଛି ।ତେବେ ଏତେ ପରିମାଣର ଟଙ୍କା କେମିତି ଉପାର୍ଜନ କଲେ ସେ ନେଇ ଚାଲିଛି ତନାଘନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/33-7.jpg)